ବୌଦ୍ଧ ଶିଶୁ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ।


ବୌଦ୍ଧ-୧୭/୦୪-(ହୃଦାନନ୍ଦ ମେହେର)-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି।ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ନାଏକ ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଧରଣୀ ଧର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସାର ପ୍ରଧାନ, ସହ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପୁରୋହିତ ,ଶ୍ରୀଯୁକ୍ତ ରାଜ କୁମାର ପ୍ରଧାନ ,ସହ-ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ପୁରୋହିତ ମଞ୍ଚରେ ଉପସ୍ଥିତ ଥିଲେ ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ନାଏକ ଶ୍ରୀରାମ ନବମୀ ର ମହତ୍ତ୍ଵ ତଥା ଶ୍ରୀରାମଙ୍କର ଗୁଣଗାନ କରିଥିଲେ ବିଦ୍ୟାଳୟର ୩୦ ଜଣରୁ ଅଧିକ ଶିଶୁ ଭାଇ ଭଉଣୀମାନେ ରାମ ,ହନୁମାନ ଓ ସୀତା ବେଶରେ ଆସିଥିଲେ । ରାମ, ହନୁମାନ ଓ ସୀତା ବେଶରେ ଆସିଥିବା ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉତ୍ସବ ରେ ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେଵିକା ସହଯୋଗ କରିଥିଲେ ।ଶେଷରେ ଶ୍ରୀଯୁକ୍ତ ଅଶୋକ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ




