Entertainment

ଘଣ୍ଟାପଡ଼ାରେ ଶ୍ରୀରାମ ନବମୀ ପୂଜାନୋତ୍ସବ ଅନୁଷ୍ଠିତ ।

କଣ୍ଟାମାଳ, ୧୭/୪:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାରେ ଶ୍ରୀ ରଘୁନାଥ ନାଟ୍ୟ ସଂସଦ ଓ ଶ୍ରୀଜଗନ୍ନାଥ ନାଟ୍ୟ ସଂସଦ ଦ୍ବାରା ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରୀରାମ ପୂଜା ଜନ୍ମୋତ୍ସବ ନିତିକାନ୍ତିରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଉପାସକଗଣ ମନ୍ଦିରରେ ପୂଜିତ ଶ୍ରୀରାମ ମୂର୍ତ୍ତୀକୁ ଆବାହନ କରି ରାମଲୀଳା ମଣ୍ଡପରେ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ଗୋଟିଏ ଗ୍ରାମରେ ଦୁଇ ସାହି ମଧ୍ୟରେ ୨ଟି ସ୍ଥାନରେ କାହୁଁ କେତେ ବର୍ଷରୁ ପାଳନ କରାଯାଉଅଛି ଏବଂ ୧୪ ଦିନ ପର୍ଯ୍ୟନ୍ତ ନାଟ୍ୟାଭିନୟ ମଧ୍ୟରେ ଶ୍ରୀରାମଙ୍କ ଚରିତ୍ର ଉପରେ ସଂଧ୍ୟାରେ ନାଟକ ପରିବେଷଣ କରାଯାଇଥାଏ। ଏହି ବର୍ଷ ଶ୍ରୀଜଗନ୍ନାଥ ନାଟ୍ୟସଂସଦ ଦ୍ଵାରା ନାଟକ ପରିବେଷଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଶ୍ରୀ ରଘୁନାଥ ନାଟ୍ୟ ସଂସଦ ରାମାୟଣ ପୁରାଣ ପଠନ କରି ୯ଦିନରେ ପୂର୍ଣ୍ଣାହିତି କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ସଂପାଦକ ଅଶୋକ ଦେହୁରୀ ଓ ଦେବେନ୍ଦ୍ର ରଣା ପ୍ରକାଶ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ୍

Related Articles

Back to top button