ଗରାମରେ ହରହରି ମହାବୀର ଙ୍କ ଦଶମବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ !


ତିର୍ତ୍ତୋଲ :-ବିଶ୍ୱ ପାଣିପାଗ ଓ ପରିବେଶ କୁ ବର୍ତ୍ତମାନ ସମୟର ମଣିଷ ବିଗାଡି ଦେଲାଣି ! ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷା ହେଉ ଅବା ଜଙ୍ଗଲ ଧ୍ବଂସ ହେଉ କୋଉଠି ନା କୋଉଠି ଭୁଲ ରହିଯାଉଥିବାରୁ ତାର କୁପ୍ରଭାବ ପୃଥିବୀର ପାଗ ଓ ପରିବେଶ କୁ ବିଗାଡି ଦେଉଛି ! ଫଳତଃ ପୃଥିବୀ ତାର ଋତୁଚକ୍ର କୁ ବଦଳେଇ ଦେଲାଣି ! ବର୍ଷା ସମୟରେ ପ୍ରଚଣ୍ଡ ଖରା, ଓ ବୈଶାଖ ମାସରେ ବର୍ଷା ଏବଂ ଅଦିନିଆ କୁହୁଡି ହେବା ଯୋଗୁଁ ଫସଲ ଉତ୍ପନ୍ନ ହେବାରେ ବାଧା ସୃଷ୍ଟି ହେଉଛି ! ସେଥିପାଇଁ ପୃଥିବୀକୁ ଶାନ୍ତି ରଖିବାକୁ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ବିଶ୍ଵଶାନ୍ତି ଯଜ୍ଞ ! ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ଅଧୀନ, ବଡିଜଙ୍ଗା ଗ୍ରାମର ଶ୍ରୀ ଶ୍ରୀ ହରହରି ମହାବୀର ଜୀୟୁ ଙ୍କ ପୀଠରେ ୧୦ ମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହରହରି ମହାବୀର ପୂଜା କମିଟି ଓ ବଡିଜଙ୍ଗା ଗ୍ରାମବାସୀ ମାନଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଭାପତି ବିଭୁତି ଭୁଷଣ ସ୍ଵାଇଁ ସଭାପତିତ୍ବ କରିଥିଲାବେଳେ, ମୂଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ସ୍ବାଇଁ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସଞ୍ଜୟ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ମୂଖ୍ୟଅତିଥି ଭାବେ ନାଲକୋ ର ବରିଷ୍ଠ ଅଧିକାରୀ କଲ୍ଲୋଳ ବିକାଶ ସ୍ଵାଇଁ , ମୂଖ୍ୟବକ୍ତା ପଣ୍ଡିତ ଚିନ୍ମୟ ଦାଶ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ଇନ୍ଦ୍ରାଣୀ ସ୍ଵାଇଁ ଯୋଗଦେଇ, ନିଜ ନିଜର ବକ୍ତବ୍ୟ ରେ ହରହରି ମହାବୀର ଙ୍କ ମହିମା ଓ ମାହାତ୍ମ୍ୟ ଉପରେ ଆଲୋଚନା କରିବା ସହିତ, ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ଆମ ସମାଜ ପାଇଁ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥଲେ। ଏହି ଅବସରରେ ଡଃ ତ୍ରିପୁରାନ୍ତକ୍ ପଣ୍ଡା , ପ୍ରଫେସର ଶକ୍ତି ପ୍ରାସାଦ ଦାଶ , ବିଜୟ କୁମାର ନାୟକ , ରାଜକିଶୋର ରାଉତରାୟ , ପ୍ରମୋଦ କୁମାର ସାହୁ, ଶରତ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ଚୌଧୁରୀ , ପ୍ରଦ୍ୟୁମ୍ନ ରଥ , ପଞ୍ଚାନନ ସାହୁ, ଓ ସୁଶୀଲ କୁମାର କୁଅଁର ଙ୍କୁ ନିଜ ନିଜର ବ୍ୟକ୍ତିତ୍ଵ ଓ କୃତିତ୍ବ ପାଇଁ ଉତ୍ତରୀୟ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ଅପ୍ରେଲ ୧୩ ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା ଏହି ଯଜ୍ଞକାର୍ଯ୍ୟ ଆସନ୍ତା ୧୮ ତାରିଖ ଗୁରୁବାର ଦିନ ପୂର୍ଣ୍ଣାହୁତି ପ୍ରଦାନ ପୂର୍ବକ ଉଦଯାପିତ ହେବବୋଲି, ପୂଜା କମିଟି ର ମୂଖ୍ୟଉପଦେଷ୍ଟା ପ୍ରଦୀପ କୁମାର ସ୍ବାଇଁ ସୂଚନା ପ୍ରଦାନ କରିଅଛନ୍ତି।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




