Entertainment
ଶିଶୁ ମନ୍ଦିର ରେ ରାମ ନବମୀ ଉତ୍ସବ


ଆଜି ପବିତ୍ରରାମ ନବମୀ ଅବସର ରେ ଛତିଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ରାମ ଲକ୍ଷ୍ମଣ ସୀତା ଓ ହନୁମାନ ବେଶ ଧାରଣ କରି ଏକ ବିଶାଳ ଶୋଭା ଯାତ୍ରା କରି ବଜାର ପରିକ୍ରମା କରିଥିଲେ, ଏହା ପରେ ଶିଶୁ ମନ୍ଦିରପରିସର ମଧ୍ୟରେ ଏକ ବୈଦ୍ଧିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଚନ୍ଦ୍ର ଙ୍କ ଜୀବନ ଚରିତ୍ର, ରାମ ନବମୀ ର ମହତ ଓ ଉଦେଶ୍ୟ ସମ୍ପର୍କ ରେ ଆଲୋଚନା କରାଯାଇଥିଲା ଏଥିରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ରାଉତ ସଭାପତିତ୍ୱ କରିଥିଲେ ପରିଚାଳନା କମିଟି ସମ୍ପାଦକ ଅଶୋକ କୁମାର ବେହେରା ଉପଦେଷ୍ଟା ସର୍ବେଶ ସେଣ୍ଡ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହିବକ୍ତବ୍ୟ ପ୍ରଦାନ କରିଥିଲେ, ସମସ୍ତ ଛାତ୍ର ଛାତ୍ରୀ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




