ବାସନ୍ତି ଦୁର୍ଗା ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ


ଛତିଆ ଅମରେଶ୍ଵର ପଡିଆ ରେ ବାସନ୍ତି ଦୁର୍ଗା ପୂଜା ଉପଲକ୍ଷେ ଚଳିତ ମାସ 16ତାରିଖ ଠାରୁ 17ତାରିଖ ପର୍ଯ୍ୟନ୍ତ ଦୁଇ ରାତ୍ର ବ୍ୟାପି ଛତିଆ ୟୁଥ କ୍ଲବ ଆନୁକୂଲ୍ୟରେ ନାଟକ ମଞ୍ଚସ୍ଥ ହୋଇଯାଇଅଛି ପ୍ରଥମ ରଜନୀ ରେ ଅମରେଶ୍ୱର ନାଟ୍ୟ କଳା ପରିଷଦ ଦ୍ୱାରା ମିଛୁଆ ରାଧୁଅ ଗପ ସରିଲା, ଦ୍ୱିତୀୟ ରଜନୀ ରେ କଳଙ୍କ ମୋ ପାଇଁ ଚନ୍ଦନ ଠୋପା ନାଟକ ମଞ୍ଚସ୍ଥ ହୋଇଥିଲା, ମାଷ୍ଟର ଶ୍ରୀଧର ମହାନ୍ତି ଓ ଭଜ ହରି ପୃଷ୍ଟି ନାଟ୍ୟ ନିର୍ଦେଶନା ମାଷ୍ଟର ବିକାଶକୁମାର ନୃତ୍ୟ ନିର୍ଦେଶନା ଓ କାଳିଆ ଭାଇ ସଂଗୀତ ନିର୍ଦେଶନା ଦେଇଥିଲେ, ଛତିଆ ଆଗାମୀ କଳା ନିକେତନ ର ପିଲା ମାନେ ଚିତା କର୍ଷକ ନୃତ୍ୟ ପରିବେଷଣ କରିଥିଲେ, ଖଳ ନାୟକ ଭୂମିକା ରେ ଅନି ଓ ମୁନା ନାୟକ ଭୂମିକା ରେ ଦୀପକ ଦିପୁ ଓ ବାବୁ ଚରିତ୍ର ଅଭିନୟ ରେ ରମେଶ ସାର କିଶୋର ହାସ୍ୟ ରସ ରେ ଅବିନାଶ ଓ ମୋହନ ଅତ୍ୟନ୍ତ ନିଖୁଣ ଭାବରେ ଅଭିନୟ ପ୍ରଦର୍ଶନ କରି ଶହ ଶହ ଦର୍ଶକ ଙ୍କୁ ବିମୋହିତ କରିପାରିଥିଲେ, ମଞ୍ଚ ସଜା ରେ ରହିଥିଲେ ଶ୍ରୀ ମନ୍ଦିର ଚିତ୍ରାଳୟ, ଛତିଆ ର ସମସ୍ତ ଛୋଟ ବଡ଼ କଳାକାର ମାନେ ଅତି ବିସ୍ମିତ ଭାବରେ କଳା ପ୍ରଦର୍ଶନ କରି ଦର୍ଶକ ମାନଙ୍କର ବେଶ ପ୍ରଶଂସା ଭାଜନ ହୋଇପାରିଥିବା ଦେଖିବାକୁ ମିଳିଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




