Entertainment
ଘଣ୍ଟାପଡ଼ାର ୧୬ପ୍ରହର ନାମଯଜ୍ଞ ପୂର୍ଣ୍ଣାହୁତି ।


କଣ୍ଟାମାଳ, ୧୫/୪: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାର କଲୋନୀପଡ଼ାସ୍ଥିତ କୁଞ୍ଜ ମଣ୍ଡପରେ ଷୋହଳ ପ୍ରହର ନାମ ଯଜ୍ଞ ବୁଧବାର ପୂର୍ଣ୍ଣାହୁତି ହୋଇଯାଇଛି। ଗତ ରବିବାର ଦିନ ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଓ ଅଧିବାସ ହୋଇ ସୋମବାର ସକାଳ ୯ ଘଣ୍ଟାରେ ଆରମ୍ଭ ହୋଇ ବୁଧବାର ଉଦଯାପିତ ହୋଇଯାଇଛି। ଅହୋରାତ୍ର ନାମ ଯଜ୍ଞରେ ହଜାର ହଜାର ହରିନାମ ପିପାସୁ ପ୍ରଭୁଙ୍କ ଦର୍ଶନ କରି ମୀନାବଜାରର ମଜା ଉଠାଇଥିଲେ । ପ୍ରାୟ ୨୦ଟି ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ଅରୁଣ ବିଭାର ସପତ୍ନୀକ କର୍ତ୍ତାକାର୍ଯ୍ୟ ତୁଲାଇ ଥିବା ସ୍ଥଳେ କଲୋନୀପଡ଼ାର ସମସ୍ତବାସୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




