Entertainment
ପଲଶାଗୋରାର କଲାପଟା ଫଲଶାଫୁଲ ତରଫରୁ ଶ୍ରୀରାମ ନବମୀ ଉପଲକ୍ଷେ ଦହି ସରବତ ବଣ୍ଟନ


କଣ୍ଟାମାଳ, ୧୭/୪: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ସ୍ଥିତ ଫଲଶାଫୁଲ କଲାପଟା କୋଶଲି ସାହିତ୍ୟ ଅନୁଷ୍ଠାନ ତରଫରୁ ପବିତ୍ର ଶ୍ରୀରାମ ନବମୀ ଅବସରରେ କମିଟି ର ସମ୍ପାଦକ ପ୍ରଭାତ କୁମାର ଖମାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ମନ୍ଦିର ସମ୍ମୁଖରେ ରେ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ପ୍ରଥମେ ସ୍ଥାନୀୟ ଶିଶୁମନ୍ଦିରର କୁନିକୁନି ଶିଶୁମାନଙ୍କୁ ଦହିପାଣି ଦିଆଯିବା ପରେ ସର୍ବସାଧାରଣଙ୍କୁ ମଧ୍ୟ ଦହିପାଣି ଦିଆଯାଇଥିଲା |ଏହି କାର୍ଯ୍ୟକ୍ରମରେ କମିଟି ର ସହ ସମ୍ପାଦକ ଅଂଶୁମାନ କର୍ମୀ, ଉପଦେଷ୍ଟା ଜଗନ୍ନାଥ ମହାପାତ୍ର,ରାମଚନ୍ଦ୍ର ମଲିକ,ବଳଦେବ ପ୍ରହରାଜ, ରଞ୍ଜନ ପାତ୍ର,ଶରତ ଖମାରୀ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




