Politics

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ପଲଶାଗୋରା ଗ୍ରସ୍ତ କୁ ନେଇ କଣ୍ଟାମାଳ ବିଜେପିର ପ୍ରସ୍ତୁତି ବୈଠକ।

 

କଣ୍ଟାମାଳ, ୧୬/୪: (ପ୍ରଭାତ କୁମାର ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ କନ୍ଧମାଳ ସାଂସଦ ପ୍ରାର୍ଥୀ ଏବଂ କଣ୍ଟାମାଳ, ବୌଦ୍ଧ ନିର୍ବାଚନମଣ୍ଡଳୀର ଘୋଷିତ ପ୍ରାର୍ଥୀଙ୍କ ବିଜୟକୁ ଆଖି ଆଗରେ ରଖି ବିଜେପି କର୍ମୀଙ୍କୁ ଭାଇଚାରାରେ ବିଜୟ ମନ୍ତ୍ରଦେବା ଏବଂ ଏକ ବୃହତ ମିଶ୍ରଣ ପର୍ବ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲଶାଗୋରା ସ୍ଥିତ ବାଲଯୋରି ଆମ୍ବ କଗିଚା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ ଅବସରରେ ବିଜେପି ର ପ୍ରସ୍ତୁତି ବୈଠକ ହୋଇଯାଇଛି । ବୈଠକରେ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ, ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥି,ବରିଷ୍ଠ ବିଜେପି ନେତା ଶେଷ କୁମାର ମେହେର, ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ବିଧାନସଭା ପ୍ରଭାରୀ ପ୍ରେମାନନ୍ଦ ମିଶ୍ର ,୪ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ରାକେଶ ତ୍ରିପାଠୀ ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ସଭାରେ କେନ୍ଦ୍ରମନ୍ତ୍ରୀଙ୍କ କଣ୍ଟାମାଳ ଗ୍ରସ୍ତ କୁ ସଫଳ କରିବା ସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ଆଲୋଚନା ହୋଇଥିଲା ଏବଂ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ କେମିତି ସୁନିଶ୍ଚିତ ବିଜୟ କରାଯିବ ତା ଉପରେ ଆଲୋଚନା ହୋଇଥିଲା। ବୈଠକରେ ବିଜେପିର ୨ ନମ୍ବର ଜୋନ ମଣ୍ଡଳ ସଭାପତି ଅନିଲ ପ୍ରଧାନ,୧ ନମ୍ବର ଜୋନ ମଣ୍ଡଳ ସଭାପତି ପିନାକଧର ରଣା, ଖଲିଆପାଲି ସମିତିସଭ୍ୟ କେଦାର ସାହୁ , ବରିଷ୍ଠ ଯୁବନେତା ଓମ୍ ପ୍ରକାଶ ମିଶ୍ର,ମୁନା ମିଶ୍ର, ଶଙ୍କର୍ଷଣ ସାହୁ,ନବିନ ମହାପାତ୍ର,ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପଞ୍ଚାନନ ସାହୁ , ଶାନ୍ତାନୁ ଥାର୍ଟି, ,ରାମଚନ୍ଦ୍ର ତାଣ୍ଡି, ଯଦୁବିହାରୀ ବାଘ , ପ୍ରଦୀପ ସାହୁ ସହ ୨୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବୈଠକରେ ଉପସ୍ଥିତ ଥିଲେ ।

 

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button