Entertainment

କେନ୍ଦ୍ରାପଡାର ବିଭିନ୍ନ ସଂଗଠନ ପକ୍ଷରୁ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା

ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଅବସରରେ କେନ୍ଦ୍ରାପଡାର ବିଭିନ୍ନ ସଂଗଠନ ପକ୍ଷରୁ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।ତିନିମୁହାଣୀ ରାମମନ୍ଦିର ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବଳଦେବଜୀଉ ମନ୍ଦିର ନିକଟରେ ପହଁଚି ଥିଲା।ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉତ୍ସବ ଅବସରରେ କେନ୍ଦ୍ରାପଡାରେ ଅୟୋଜିତ ହୋଇଥିଲା ଏହି ହିନ୍ଦୁ ଏକତା ଶୋଭାଯାତ୍ରା।ଆୟୋଜକ ବିବେକାନନ୍ଦ ମହାରଣାଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନ ଓ ହଜାର ହଜାର ହିନ୍ଦୁ ଶ୍ରଦ୍ଧାକୁ ତିନିମୁହାଣୀ ରାମମନ୍ଦିର ଠାରୁ ଶୋଭା ଯାତ୍ରାରେ ବାହାରି

ପ୍ରାୟ ୫ କିଲୋମିଟର ଅତିକ୍ରମ ପରେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ପହଂଚିଥିଲା।ବାଟରେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଶୋଭାଯାତ୍ରାକାରୀ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ସେହିପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଣା ମଧ୍ୟ ବିତରଣ କରାଯାଇଥିଲା।ସେହିପରି ସ୍ଥାନୀୟ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ମୁସଲମାନ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା। ଏଥିରେ ବଜରଙ୍ଗ ଦଳ,ବିଶ୍ୱ ହିନ୍ଦୁ ପରିଷଦ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ,ଧର୍ମ ରକ୍ଷା ସେନା ସମେତ ବିଭିନ୍ନ ରାଷ୍ଟ୍ରବାଦୀ ସଂଗଠନର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।ଆଗକୁ ନିର୍ବାଚନ ଥିବା ବେଳେ ଆଜିର ଶୋଭାଯାତ୍ରାରେ ଅନେକ୍ ରାଜନେତାଙ୍କ ଉପସ୍ଥିତି ଦେଖିବା ପାଇଁ ମିଳିଥିଲା।ବିଜେପି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନୂଆ ବସ୍ ଷ୍ଟାଣ୍ଡ ଠାରେ ପହଞ୍ଚି ଶୋଭାଯାତ୍ରାରେ ସାମିଲ ହୋଇ ଦହିପଣା ବାଣ୍ଟିଥିଲେ।ସେହିପରି ବିଜେଡ଼ି ର ପୂର୍ବତନ ବିଧାୟକ କିଶୋର ତରାଇ ବାୟାବାବା ମଠ ନିକଟରେ ପହଂଚି ଶୋଭାଯାତ୍ରାକାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁ ଓ ସମସ୍ତ କାଉନସିଲର ମଧ୍ଯ ଶୋଭାଯାତ୍ରାକାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏଥିରେ ସହରର ବିଭିନ୍ନ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ।

 

*କେନ୍ଦ୍ରାପଡା ରୁ ସ୍ବତନ୍ତ୍ର ପ୍ରତିନିଧି ରଞ୍ଜନ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ୍।

Related Articles

Back to top button