ମା’ଶାରଳା ଙ୍କ ପୀଠରେ ଷୋଡଶତମ ଭଜନସନ୍ଧ୍ୟା


ତିର୍ତ୍ତୋଲ :-ବାଗଦେବୀ ଶକ୍ତି ସ୍ୱରୂପିଣୀ ଲଳିତ୍ୟ ସ୍ୱରର ବରଦାୟିନୀ ହେଉଛନ୍ତି ମା’ଶାରଳା !ତାଙ୍କ ମଣ୍ଡପରେ ଭଜନ ଗାଇବା ନିହାତି ଯୋଗ୍ୟ ବ୍ୟକ୍ତିର ସୌଭାଗ୍ୟ ବୋଲି ଧରାଯାଏ !ଏପରି ସୌଭାଗ୍ୟ ପ୍ରାପ୍ତ ଅନୁଷ୍ଠାନ ହେଉଛି “ଅର୍ପଣ ଭଜନ ସନ୍ଧ୍ୟା !ସୂଚନାଯୋଗ୍ୟ ଯେ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ,, ମହନପୂର୍ ଗ୍ରାମର ରବିନ୍ଦ୍ର ପାଠାଗାର ଆନୁକୂଲ୍ୟରେ, ଷୋଡଶତମ ଭଜନ ସନ୍ଧ୍ୟା ମାଆ ଶାରଳାଙ୍କ ମଣ୍ଡପରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଯୁବନେତା ନାରାୟଣ ପ୍ରସାଦ ଜେନା , ପ୍ରଦୀପ୍ତ କୁମାର ଲେଙ୍କା , ସତ୍ୟଭୂଷଣ ଦାସ ଓ ସଞ୍ଜୟ ମହାନ୍ତି ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ , ସମର୍ପଣ ଭଜନ ସନ୍ଧ୍ୟା ର ସୁନାମ ଧନ୍ୟ କଳାକାର ମାନଙ୍କ ଦ୍ଵାରା, ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତିସଙ୍ଗୀତ ପରିବେଷଣ କରାଯାଇଥିଲା । ଆବାହକ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ଜେନା, କଳାକାର ମାନଙ୍କୁ, ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ , ମାଷ୍ଟର ପ୍ରହ୍ଲାଦ କୁମାର ନାୟକ, ଅତିଥି କଳାକାର ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ, ମଞ୍ଚାସିନ ସମସ୍ତ କଳାକାର ମାନଙ୍କୁ ମାଆଙ୍କ ଚନ୍ଦନ ସିନ୍ଦୂର ପାଦୁକ ଓ ଉତ୍ତରୀୟ ପ୍ରଦାନ କରିଥିଲେ । ସୁଶ୍ରୀ ସୋନାଲି ଙ୍କ ସଂଯୋଜନା ଓ ଉପସ୍ଥାପନା ରେ ପ୍ରାର୍ଥନା ଚ୍ୟାନେଲ ର ଭଜନଅନ୍ତାକ୍ଷରି ରେ ଖ୍ୟାତି ଅର୍ଜନ କରିଥିବା ଦେବେନ୍ କୁମାର , କୁମାର ହାପି , ମିସ୍ ଉମାରାଣୀ ଓ ସୁଇଟ ପ୍ରମୁଖ ସୁଲଳିତ କଣ୍ଠରେ ଭକ୍ତିସଙ୍ଗୀତ ପରିବେଷଣ କରି , ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା। ବାଦ୍ୟଯନ୍ତ୍ରରେ ଲୁଲା , ଫେଲୁ ବାବୁ , ଫକୀର, ଦିପୁ ଓ ଚିକୁ ପ୍ରମୁଖ ଅପୂର୍ବ ସୁରଝଙ୍କାର ତୋଳି ଉପସ୍ଥିତ ଶ୍ରୋତା ମାନଙ୍କୁ ଅଭିଭୂତ କରିଦେଇଥିଲେ। ତେବେ ପୂର୍ବରୁ ପଣା ସଂକ୍ରାନ୍ତି ଦିନ ସନ୍ଧ୍ୟା ଫିକା ପଡ଼ିଯାଉଥିବାରୁ ରବିନ୍ଦ୍ର ପାଠାଗାର ର କର୍ମକର୍ତ୍ତା ଓ ସଦସ୍ୟ ମାନେ, ଆଜକୁ ଦୀର୍ଘ ୧୬ ବର୍ଷ ଧରି ଏହି କାର୍ଯ୍ୟକ୍ରମ କରି ଆସୁଥିବାରୁ ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




