Politics

ବିଜୁ ଜନତା ଦଳର ଜୋନ ସ୍ତରିୟ କର୍ମି ସମ୍ମିଳନୀ 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନମଣ୍ଡଳି ଭୂବନ ବ୍ଲକର ମହୁଲପାଳ ଠାରେ ବିଜୁ ଜନତା ଦଳର ଜୋନସ୍ତରିୟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୪ଟି ପଞ୍ଚାୟତର ୩ହଜାରରୁ ଅଧିକ ବିଜେଡି କର୍ମି ଉପସ୍ଥିତ ଥିଲେ।ବିଜୁ ଜନତା ଦଳର ସାଂସଦ ପ୍ରାର୍ଥି ଡାକ୍ତର ଅବିନାଶ ସାମଲ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଉପସ୍ଥିତ ଥିବା କର୍ମି ମାନଙ୍କୁ ମୂଖ୍ୟମନ୍ତ୍ରି ପ୍ରସ୍ତୁତ କରିଥିବା ସମସ୍ତ ଯୋଜନା ବିଷୟରେ କହିଥିଲ।ଏହା ସହିତ ପୂର୍ବ ଦିନ ମାନଙ୍କରେ ନିର୍ବାଚନ ମଣ୍ଡଳିରେ ଯେତେ କାମ ହୋଇଛି ତାହା କେବଳ ମୂଖ୍ୟମନ୍ତ୍ରିଙ୍କ ଯୋଗୁ ସମ୍ଭବ ହୋଇପାରିଛି।ତାହାର ଆଜି ପ୍ରତିଫଳନ ଦେଖିବାକୁ ମିଳିଥିବା କଥା କହିଛନ୍ତି ବିଧାୟକ ପ୍ରାର୍ଥି ତଥା ମନ୍ତ୍ରି ପ୍ରଫୁଲ୍ଲ ମଲ୍ଲିକ।ଏହା ସହିତ ଉପସ୍ଥିତ ଥିବା ସାଂସଦ ପ୍ରାର୍ଥି କହିଛନ୍ତି ଅନ୍ୟ ଦେଶ ତଥା ରାଜ୍ୟ ମାନଙ୍କ ଅପେକ୍ଷା ଆମ ରାଜ୍ୟରେ ମାଆ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରି ସର୍ବଦା ଚିନ୍ତିତ ଥାଆନ୍ତି।ବିଶେଷ କରି BSKY କାର୍ଡ ହେଉଛି ଏହାର ଉଦାହରଣ।ପୁରୁଷ ମାନଙ୍କ ପାଇଁ ୫ଲକ୍ଷ ଟଙ୍କାର ସୁବିଧା ରହିଥିବା ବେଳେ ମହିଳା ମାନଙ୍କ ପାଇଁ ୧୦ ଲକ୍ଷର ବ୍ୟବସ୍ଥା ରହିଛି।ଉଭୟ ସାସଂଦ ଓ ବିଧାୟକ ବିପୂଳ ଭୋଟରେ ବଜୟି ହେବା ନେଇ ଦୃଢକ୍ତି ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଭୂବନ ଏନଏସି ଅଧକ୍ଷ ଶୁଭେନ୍ଦୁ ସାହୁ,ବ୍ଲକ ଅଧକ୍ଷା ସିପ୍ରାବରାଳ,କାମାକ୍ଷାନଗଯ ଏନଏସି ଅଧକ୍ଷ ଧର୍ମାନନ୍ଦ ପରିଡା ସମେତ ବିଭିନ୍ନ ସରପଞ୍ଚ ମାନେ ଉପସ୍ଥିତ ଥିଲେ। 

Related Articles

Back to top button