Politics
ନିଜ ଜନ୍ମ ମାଟିରୁ ପ୍ରଚାର କାଯ୍ୟ ଆରମ୍ଭ କଲେ ପରଜଙ୍ଗ ବିଧାନସଭା


ନିଜ ଜନ୍ମ ମାଟି ପଙ୍ଗାତିରା ଗ୍ରାମରୁ ପ୍ରଚାର ଆରମ୍ଭ କଲେ ବିଜେପିର ପରଜଙ୍ଗ ବିଧାୟକ ପ୍ରାଥୀ ବିଭୁତି ଭୂଷଣ ପ୍ରଧାନ l ପ୍ରଥମେ ହାଇସ୍କୁଲ ଛକ ଠାରୁ ନିଜ ସମର୍ଥକ ଓ ଗ୍ରାମ ବାସୀ ମାନଙ୍କୁ ଧରି ଗ୍ରାମରେ ଥିବା ପଶ୍ଚିମେଶ୍ଵର ମନ୍ଦିର ପହଁଞ୍ଚି ପୂଜାର୍ଜନା କରି ମହାପ୍ରଭୁଙ୍କର କରୁଣା ଭିକ୍ଷା କରି ମନ୍ଦିର ପରିସରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ବିଧାୟକ ପ୍ରାଥୀ ବିଭୁତି ଭୂଷଣ ପ୍ରଧାନ l ଏକ ବିଶାଳ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରି ଗ୍ରାମର ଲୋକମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ପ୍ରଚାର କାଯ୍ୟ ଆରମ୍ବ କରିଛନ୍ତି ବିଧାୟକ ପ୍ରାଥୀ ବିଭୁତି ଭୂଷଣ ପ୍ରଧାନ l ଏହି କାଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ପ୍ରାଥୀ ରୁଦ୍ରନାରାୟଣ ପାଣି ମଧ୍ୟ କାଯ୍ୟକ୍ରମରେ ସାମିଲ ହୋଇ ଆଶ୍ରିବାଦ ଭିକ୍ଷା କରିଛନ୍ତି l




