Entertainment

ଠାକୁରାଣୀଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ।

ଉମରକୋଟ-୧୫-୦୪-୨୪–(ଆପ୍ର)- ଉମରକୋଟ ର ଇଷ୍ଟ ଦେବୀ ମା ଜଗତ ଜନନୀ ଓ ମା ଠାକୁରାଣୀଙ୍କ ନବ ଦିନ ଯାତ୍ରା ଆରମ୍ଭ ହୋଇଛି। ମାଁ ମଙ୍ଗଳା ମନ୍ଦିରରୁ ମା’ଙ୍କୁ ଆଡ଼ମ୍ବର ସହକାରେ ଆବାହନ କରି ସହରର ମଧ୍ୟ ଭାଗରେ ମା’ ଙ୍କୁ ପରିକ୍ରମା କରାଯାଇ ଠାକୁରାଣୀ ମନ୍ଦିରକୁ ଅଣାଯାଇଛି । ନବ ଦିନ ଯାତ୍ରାରେ ମା ୯ ଦିନ ଉମରକୋଟ ସହର ପ୍ରରିକର୍ମା କରି ଘରକୁ ଘର ବୁଲି ଭକ୍ତଙ୍କ ଠାରୁ ପୂଜା ପାଇବେ। ପ୍ରତ୍ୟେକ ବର୍ଷ ଏହି ଦିନକୁ ଉମରକୋଟ ସହର ଏବଂ ଏହାର ଆଖପାଖ ଅଞ୍ଚଳ ବାସୀ ଅପେକ୍ଷା କରି ଜଗି ବସିଥାନ୍ତି। ଏହି ନଅ ଦିନ ଉମରକୋଟ ସହର ଉତ୍ସବ ମୁଖର ହୋଇଉଠେ। ଏହି ନଅ ଦିନ ଏଠାରେ ବିଭିନ୍ନ ପ୍ରକାର ଦୋକାନ ବଜାର ସହ ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ମିନାବଜାର ମଧ୍ୟ ବସେ।ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ରାତିରେ ଆଦିବାସୀ ନାଟକ ପରିବେଷଣ କରାଯାଇଥାଏ। ଏହି ଯାତ୍ରା ଦେଖିବାକୁ ପଡୋଶୀ ଛତିଶଗଡ଼ ରାଜ୍ଯରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ବିଶ୍ୱାସ ଅଛି ମା ସହର ପରିକ୍ରମା କଲେ ସହରରୁ ଦୁଷ୍ଟ ଶକ୍ତି ନିଷ୍କ୍ରିୟ ହୋଇ ରୋଗ ଶୋକ ଦୂର ହୋଇଥାଏ। ତେଣୁ ମା’ଙ୍କ ପୂଜା ଆଗମନକୁ ସହରବାସୀ ଉତ୍ସୁକତାର ସହ ଜଗି ରହିଥାନ୍ତି।ନଅ ଦିନ ମାଁ ସହରରେ ସାହି ସାହି ଘରକୁ ଘରକୁ ବୁଲି ପୂଜା ପାଇଥାନ୍ତି।ଶେଷ ଦିନରେ ମାଁ ନିଜ ଶାଶୁ ଘରକୁ ଫେରିଥାନ୍ତି। ଏହି ନଅଦିନ ଯାକ ଉମରକୋଟ ସହର ଉତ୍ସବମୁଖର ହୋଇଥାଏ।

Related Articles

Back to top button