ପବିତ୍ର ପଣା ସଂକ୍ରାନ୍ତି ଅବସର ରେ ମହାବୀର ଜୟନ୍ତୀ ପାଳିତ

ସୋଲର ମୌଜା ଧନିଆ ପାହାଡ଼ ପାଦ ଦେଶ ସ୍ଥିତ ମାଳିକା ପ୍ରସିଦ୍ଧ ସିଦ୍ଧ ହନୁମାନ ଙ୍କ ପୀଠରେ ଆଜି ପବିତ୍ର ପଣା ସଂକ୍ରାନ୍ତି ଅବସର ରେ ମହାବୀର ଜୟନ୍ତୀ ପାଳିତ ହୋଇଯାଇଅଛି ଏଥି ସହିତ ଏକ ଚାରି ପ୍ରହର ନାମ ଯଂଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଅଛି,ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗାଲିକ ଉଷା ବିନତି ସୂର୍ଯ୍ୟ ପୂଜା ଉପଚାର ପୂଜା ମଙ୍ଗଳ ଆଳତି ହୋମ ଯଂଜ୍ଞ ସନ୍ଧ୍ୟା ଆଳତି ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ଆଦି କାର୍ଯ୍ୟ କ୍ରମ ମାନ ଅନୁଷ୍ଠିତ ହୋଇଥିଲା, ମହାବୀର ଙ୍କ ପୂଜା ରେ ପୂର୍ଣ୍ଣ ଚନ୍ଦ୍ର ରାଉତ ଓ ତାଙ୍କ ଧର୍ମ ପତ୍ନୀ ଭାରତୀ ଦେବି କର୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ଆହୁତି ପ୍ରଦାନ କରିଥିଲେ, ପଣ୍ଡିତ ଜ୍ୟୋତି ରଞ୍ଜନ ଦାସ ଓ ମନ୍ଦିର ର ନିତ୍ୟ ସେବକ ପୂଜକ ବିଶ୍ୱଜିତ କର ବେଦ ମନ୍ତ୍ର ପାଠ କରିଥିଲେ, ଅନୁଷ୍ଠିତ ନାମ ଯଂଜ୍ଞ ରେ ସୂର୍ଯ୍ୟ ମଣି ପ୍ରଧାନ କର୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିଲେ,ଆଖ ପାଖ ଓ ଦୂର ଦୁରାନ୍ତ ରୁ ହଜାର ହଜାର ଭକ୍ତ ମାନଙ୍କ ର ସମାଗମ ଦେଖିବାକୁ ମିଳିଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




