Entertainment
ବିଶ୍ବଜନନୀ ମହାଯଞ ଅନୁଷ୍ଠିତ


ଛତିଆ ତା ୧୩/୦୪/୨୪(ଆ.ପ୍ର) ବିଶ୍ବଜନନୀ ମହାଯଞ ମା ତାରିଣୀ ପୀଠ ବୈରୀ ଅମିୟଝରୀ ମଧ୍ୟସ୍ଥଳ ଠାରେ ଆଜି ଠାରୁ ଶୁବାଧିବାଶ ଅନୁଷ୍ଠିତ ହୋଇଛି।ସୂର୍ଯ୍ୟ ପୂଜା, ଗୋପୂଜା,ଘୃତ ଯଞ ଯଥାରୀତି ରେ ଅନୁଷ୍ଠିତ ହୋଇଥିଲା।ସଂଧ୍ୟାରେ ବିଶ୍ବଚିନ୍ତାମଣୀ ପାଲା ଅନୁଷ୍ଠାନ,ଲାଉଲଈ ପକ୍ଷରୁ ପାରମ୍ପରିକ ପାଲା ପରିବେଷଣ କରାଯାଇଥିଲା।ଚଳିତ ବର୍ଷ କର୍ତ୍ତା ଭାବେ ବରଦା ପ୍ରସନ୍ନ ସାମଲ ଓ ତାଙ୍କ ପତ୍ନୀ ଭବାନୀ ସାମଲ କର୍ତ୍ତୀ ଦାୟିତ୍ୱ ନିଷ୍ଠାର ସହିତ ସମ୍ପାଦନା କରୁଛନ୍ତି।ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଯଞର ଉଜ୍ଜାପନ ପୁର୍ଣ୍ଣାହୁତି ଆସନ୍ତା ୧୬ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ।ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହି ମା କୃପା ଲାଭ କରିବାକୁ ଆୟୋଜକ ମଣ୍ଡଳୀ ପକ୍ଷରୁ ନିବେଦନ କରାଯାଇଛି।




