Entertainment

ଘଣ୍ଟାପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ ।

କଣ୍ଟାମାଳ ,୧୪/୪: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତୀ ଓ ଓଡ଼ିଆ ନବ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଘଣ୍ଟାପଡ଼ା ଶ୍ରୀରାମ ମଣ୍ଡପରେ ଗୀତା ଯଜ୍ଞ ସହ ୧୦୮ ହନୁମାନ ଚାଳିଶା ପଠନ ଓ ଘଣ୍ଟାପଡ଼ାସ୍ଥିତ ଶିବ ମନ୍ଦିରରେ ପଣା ସଂକ୍ରାନ୍ତୀ ସହ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି। ସେହିପରି ଆମ୍ବଗାଁରେ ଭଗତ ସିଂ ପ୍ରଭାତ ଶାଖା ଓ ବଜରଙ୍ଗ ଦଳ ତରଫରୁ ଏକ ବାଇକ ରାଲି ଅଞ୍ଚଳର ପ୍ରତ୍ୟେକ ହନୁମାନ ମନ୍ଦିରକୁ ଯାଇ ସଦଭାବନାର ବାର୍ତ୍ତା ପହଞ୍ଚାଇଥିଲା। ସେହିପରି ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ହନୁମାନ ମଣ୍ଡପରେ ଗୀତା ଯଜ୍ଞ ଓ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା। ଉକ୍ତ ସ୍ଥାନ ପରି ସିଲେଟପଡା, କୋଡ଼ିବାହାଲ , କୁରୁକୁପା,ନୂଆଁପାଲି, କଣ୍ଟାମାଳ ରାମମନ୍ଦିର,ବନ୍ଧପାଲିସ୍ଥିତ ହନୁମାନ ମନ୍ଦିର ଆଦି ସ୍ଥାନରେ ପଣା ସଂକ୍ରାନ୍ତୀ ଓ ହନୁମାନ ଚାଳିଶା ମହାସମାରୋହରେ ପାଳିତ ହୋଇଯାଇଛି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button