ଇନ୍ଦ୍ରାଣୀଛକ ରେ ମହାବୀର ଜୟନ୍ତୀ ଉପଲକ୍ଷେ ଦ୍ୱାଦଶତମ ତ୍ରିଦିବସୀୟ ବିଶ୍ଵଶାନ୍ତି ଯଜ୍ଞ !


ତିର୍ତ୍ତୋଲ :- ମହାବିଷୁବ ପଣା ସଂକ୍ରାନ୍ତୀ ତଥା ଓଡ଼ିଆ ନବବର୍ଷ ଏବଂ ମହାବୀର ଜୟନ୍ତୀ ସର୍ବତ୍ର ପାଳିତ ହୋଇଯାଇଛି !ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ବିଷନପୁର ପଞ୍ଚାୟତ ଇନ୍ଦ୍ରାଣୀ ଛକସ୍ଥିତ ମଞ୍ଚମୁଖୀ ହନୁମାନ ଙ୍କ ନିକଟରେ ଦ୍ୱାଦଶତମ ତ୍ରିଦିବସିୟ ଯଜ୍ଞ ଅନୁଷ୍ଠିତ କରାଯାଇଛି !ଏହି ଯଜ୍ଞ କାର୍ଯ୍ୟରେ କର୍ତ୍ତା ଭାବେ ଶିବରାମ ଦାସ, ଓ କର୍ତ୍ତ୍ରୀ ଭାବେ ପଦ୍ମାବତୀ ଦାସ ଥିବାବେଳେ ଯଜ୍ଞର ପୁରୋଧା ଥିଲେ ପଣ୍ଡିତ ପ୍ରଶାନ୍ତ ତ୍ରିପାଠୀ !ସହକାରୀ ପଣ୍ଡିତ ଭାବେ ରାଜେନ୍ଦ୍ର ଦ୍ବିବେଦୀ, ଅବିନାଶ ପାଣି, ସୂର୍ଯ୍ୟକାନ୍ତ ଦେବତା, ଏବଂ ଅବିନାଶ ଆଚାର୍ଯ୍ୟ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ !ଦୈନିକ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଯଜ୍ଞ ସ୍ଥଳକୁ ଉତ୍ସବ ମୁଖରିତ କରିଥିବାର କହିଥିଲେ କମିଟିର ସଭାପତି ଦିଲ୍ଲୀପ କୁମାର ଜେନା !ବଜରଙ୍ଗୀ ଶକ୍ତି ସାଂସ୍କୃତିକ ଓ ସେବା ପରିଷଦ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଯଜ୍ଞ କାର୍ଯ୍ୟରେ କମିଟିର ସମ୍ପାଦକ ରଞ୍ଜନ ଜେନା, ସହସମ୍ପାଦକ ବିଷ୍ଣୁ ଚରଣ ମହାନ୍ତି, କୋଷାଧକ୍ଷ ସାଗର ମାହାଳି, ସଦସ୍ୟ ବିଷ୍ଣୁ ଦାସ, ଅକ୍ଷୟ ଦାସ, ଶାଶ୍ୱତ ମହାନ୍ତି, ରାକେଶ ଦାସ, ଦେବନନା ପ୍ରମୁଖ ସ୍ଥାନୀୟ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !ମନ୍ଦିରର ନିତ୍ୟପୂଜକ ମନୁଆ ନନା ଅନୁଷ୍ଠାନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ !ଏହି ଅଞ୍ଚଳରେ ଏକମାତ୍ର ପଞ୍ଚମୁଖୀ ମହାବୀର ମନ୍ଦିର ଅବସ୍ଥିତ ଥିବାରୁ ଦୂରଦୂରାନ୍ତରୁ ଭକ୍ତ ସମାଗମ ହୋଇଥାଏ ବୋଲି ମନ୍ଦିର ପୂଜକ ମତ ପ୍ରଦାନ କରିଥିଲେ !




