ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ


ନିଆଳି ନିର୍ବାଚ଼ନମଣ୍ଡଳୀ ଅନ୍ତର୍ଗତ କଣ୍ଟାପଡ଼ା ବ୍ଳକର କୂଳ ବ୍ରାହ୍ମଣସାଇଲୋସାଧୁଛକଠାରେ ୧୪ଟି ପଞ୍ଚାୟତକୁ ନେଇ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଆମର ପ୍ରିୟ ମାନ୍ୟବର ବିଧାୟକ-ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ବରେ ବିରାଟ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସାଂସଦ -ରାଜଶ୍ରୀ ମଲ୍ଲିକ, କଣ୍ଟାପଡ଼ା ବ୍ଳକ ୮ନଂଜୋନ ଜିଲ୍ଲାପରିଷଦ – ପିୟୁଷରଞ୍ଜନ ମିଶ୍ର, କଣ୍ଟାପଡ଼ା ବ୍ଳକ ଆତ୍ମା ଅଧକ୍ଷ – ନକୁଳ ରାଉତ, କଣ୍ଟାପଡ଼ା ସାଂସଦଙ୍କ ପ୍ରତିନିଧି-ବିମାନ ବିହାରୀ ବେହେରା କଣ୍ଟାପଡ଼ା-ଡିଜିଟାଲ ସମ୍ପାଦକ-ପ୍ରିତମମହାପାତ୍ର ଏବଂ ବିଜୁ ଜନତାଦଳର ବହୁ କର୍ମୀ, ରାଜ୍ୟ ଉପସଭାନେତ୍ରୀ ତଥା ସଭାପତି ବିଜୁ ମହିଳା ଜନତା ଦଳକଣ୍ଟାପଡ଼ା-ଅନୁସୂୟା ରାୟ ଏବଂ ମହିଳା ମିଶନ ଶକ୍ତିର ସମସ୍ତ ମା’ମାନଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଦେଖିବାକୁ ମିଳିଥିଲା ।ଏହି ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ଯୋହଳ ଏବଂ ଉରୁଜଙ୍ଗ କର୍ମୀମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।ଦିଲ୍ଲିପ ମୁଦୁଲି, ମହେଶ୍ୱର ଭୋଇ, କାର୍ତ୍ତୀକଭୋଇ, ତ୍ରିଲୋଚନ ଭୋଇ, କଳ୍ପତରୁ ଭୋଇ,ରଘୁନାଥ ଭୋଇ, ଗୋବିନ୍ଦ ଭୋଇ, କାଳନ୍ଦି ଭେ।ଇ,ବର୍ଷା ଭୋଇ, ମିଟି ଭୋଇ, ନିରଞ୍ଜନ ଭୋଇ, ସର୍ବଶ୍ରୀ ପ୍ରତାପ ମହାନ୍ତି, ପ୍ରାଣକୃଷ୍ଣ ମଲ୍ଲିକ,ଚିତରଞ୍ଜନ ଭୋଇ, ପଞ୍ଚକିଶୋର ଭୋଇ, କିଶୋର ମଲ୍ଲିକ, ଜ୍ଞାନରଞ୍ଜନ ମଲ୍ଲିକ, ଦିବାକର ମଲ୍ଲିକ,ରମେଶ ବେହେରା, ଏହି କାର୍ଯ୍ୟକ୍ରମରେ ତିନି ହଜାର ପାଞ୍ଚଶହ ଲୋକ ଉପସ୍ଥିତ ଥିଲେ।ରିପୋର୍ଟ ପୁଷ୍ପଲତା ସମର୍ଥ ନିୟୁଜ




