Politics

ଗାଆଁ ଗାଆଁରେ ବିଜେପିର କର୍ମୀ ସମ୍ମିଳନୀ,

 

କଣ୍ଟାମାଳ, ୧୩/୪: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ୩ଟି ଦଳ ବିଜେପି, ବିଜେଡି ଓ କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି। ହେଲେ କଂଗ୍ରେସକୁ ଛାଡ଼ିଦେଲେ ବିଜେପି ଓ ବିଜେଡି ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଚାର ଏକ ପ୍ରକାର ଆରମ୍ଭକରି ସାରିଛି । ବର୍ତ୍ତମାନ ବିଜେପି ତାର କର୍ମୀମାନଙ୍କୁ ନେଇ ଗାଆଁ ଗାଆଁରେ ତାଙ୍କର ସ୍ଥିତି ସଜାଡିବାକୁ ଲାଗିଛି। ବିଜେପିର ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ନିର୍ବାଚନମଣ୍ଡଳୀର ଗାଁକୁ ଗାଁ ମାରାଥନ ଭାବେ ପହଞ୍ଚି କେଉଁଠି ଘରକୁ ଘର ଯାଇ ବିଜୟ ଆଶୀର୍ବାଦ ମାଗୁ ଥିବାବେଳେ କେଉଁଠି କର୍ମୀ ସମ୍ମିଳନୀ କରିଚାଲିଛନ୍ତି। କାରଣ ଏଥର ପ୍ରତିଶୋଧ ଲକ୍ଷରେ ରହିଛନ୍ତି ପ୍ରାର୍ଥୀ । ଶନିବାର ଦିନ ଲମ୍ବସରି ପଞ୍ଚାୟତରେ କେତେକ ଗାଁରେ କର୍ମୀ ସମ୍ମିଳନୀ କରି ପୁଣି ଘଣ୍ଟାପଡ଼ା ପଞ୍ଚାୟତ ସ୍ଥିତ କୋଡ଼ିବାହାଲ ଗ୍ରାମରେ ଏକ କର୍ମୀ ସମ୍ମିଳନୀ କରି ମୋଦିଙ୍କ ଦ୍ଵାରା ବିକଶିତ ଭାରତର ଗ୍ୟାରେଣ୍ଟି କାର୍ଡ଼ ଲୋକଲୋଚନରେ ପହଞ୍ଚାଇ ଭୋଟରଙ୍କୁ ଆକୃଷ୍ଟ କରି ବିଜେପି ସପକ୍ଷରେ ଲୋକସଭା ଓ ବିଧାନ ସଭାର ଉଭୟ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଗୁରୁମନ୍ତ୍ର ଦେଇଥିଲେ। ଉକ୍ତ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ସମେତ ଜିଲ୍ଲା ଉପସଭାପତି ଚିତ୍ତରଂଜନ ପାତ୍ର, ଘଣ୍ଟାପଡ଼ା ମଣ୍ଡଳ ସଭାପତି ପିନାକଧର ରଣା, ମଣ୍ଡଳ ଆଦିବାସୀ ମୋର୍ଚ୍ଚା ସଭାପତି ଗୋପୀନାଥ କହଁର, କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ ପ୍ରଧାନ, ଘଣ୍ଟାପଡ଼ା ଶକ୍ତି ପ୍ରମୁଖ ଅମୂଲ୍ୟ ପ୍ରଧାନ, ସୂର୍ଯ୍ୟକୁମାର ଦେହୁରୀ,ତୀର୍ଥବାସୀ ରଣା, ଋଷି ରଣା, ରାଜିବ ରଣା, ଶାସନ କୁମାର ଭୋଇ, ଜଗଦିଶ ରଣା, ସୁବଳ ରଣା ପ୍ରମୁଖ ବିଜେପି କର୍ମକର୍ତ୍ତାଙ୍କ ସହ ଆଦିବାସୀ ନେତା ଡମ୍ବରୁଧର କହଁର ଉପସ୍ଥିତ ରହି ଶତାଧିକ କର୍ମୀଙ୍କୁ ଜାଗ୍ରତ କରାଇଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button