Politics

ବିଜେଡିର ପ୍ରାର୍ଥୀଙ୍କ ରୋଡ ଶୋ ବେଳକୁ ବିଜେପି ପ୍ରାର୍ଥୀଙ୍କ ଘରେ ଘରେ ପ୍ରଚାର ଓ କଂଗ୍ରେସ ପ୍ରାର୍ଥୀଙ୍କ ପତ୍ତା ମିଳୁନାହିଁ।

କଣ୍ଟାମାଳ, ୧୧/୪: (ପ୍ରଭାତ କୁମାର ସାହୁ)ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ଦୁଇ ବିଧାନସଭା ନିର୍ବାଚନମଣ୍ଡଳୀର ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡ଼ିର ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି। ଏପରି ସ୍ଥଳେ ଗତ ବୁଧବାର ଦିନ କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ମହିଧର ରଣା ଓ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଡା. ଅଚ୍ୟୁତ ସାମନ୍ତଙ୍କ ଏକ ବିରାଟ ଶୋଭାଯାତ୍ରାରେ ଉକ୍ତ ନିର୍ବାଚନ ମଣ୍ଡଳୀର ସାହାଜପାଲଠାରୁ ବାଇକ ରାଲିରେ ହଜାର ହଜାର କର୍ମୀଙ୍କ ଗହଣରେ ନିଜର ଲୋକଶକ୍ତି ପ୍ରଦର୍ଶନ କରି ଆମ୍ବଗାଁରେ ଏକ ସମ୍ବର୍ଦ୍ଧନା ସଭା କରିସାରିଛନ୍ତି। ଏପରି ସ୍ଥଳେ ବିଜେପିର ବିଧାୟକ ପ୍ରାର୍ଥୀ କହ୍ଲେଇ ଚରଣ ଡାଙ୍ଗ ଓ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ପ୍ରାର୍ଥୀ ଘୋଷିତ ହେବାପରେ ହିଁ ଚିରାଚରିତ ଢଙ୍ଗରେ ଦହ୍ୟାଠାରୁ ବାହାରୀ ଖୁଣ୍ଟିଗୋରାରେ ସମ୍ବର୍ଦ୍ଧନା ସଭା କରି ସାରିଛି । ଏବେ ବିଜେପି ବିଧାୟକ ପ୍ରାର୍ଥୀ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ନିର୍ବାଚନମଣ୍ଡଳୀର ଗାଁକୁ ଗାଁ ଯାଇ ଘରେ ଘରେ ପରିବାର ଲୋକଙ୍କ ସହିତ ମିଶି ମୋଦୀ ସରକାର ସମୟରେ ବିକଶିତ ଭାରତର ବାଖ୍ୟା କରି ନିଜ ସପକ୍ଷରେ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି। ଏପରି ସ୍ଥଳେ କଂଗ୍ରେସର ଉଭୟ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଥିଲେ ମଧ୍ୟ ଏମାନଙ୍କର ଦର୍ଶନ ମିଳୁ ନ ଥିବା ଲୋକେ କୁହା କୁହି ହେଉଛନ୍ତି। ତେଣୁ ସମ୍ବର୍ଦ୍ଧନାରେ କଂଗ୍ରେସ ବହୁତ ପଛରେ ପଡି ଯାଇଛି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button