ଜନ୍ମ ମାଟିରୁ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥି ରୁଦ୍ରନାରାୟଣ ପାଣି।


-ନିଜ ଜନ୍ମ ମାଟି ପର୍ଜଙ୍ଗ ବ୍ଲକ କୁନ୍ଦନଦେଇପୂର ରୁ ପ୍ରଚାର ଆରମ୍ଭ କଲେ ଢେଙ୍କାନାଳର ବିଜେପି ସାଂସଦ ପ୍ରାର୍ଥି ରୁଦ୍ରନାରାୟଣ ପାଣି।ଗ୍ରାମରେ ଥିବା କୁଣ୍ଡେଶ୍ୱର ଶିବ ମନ୍ଦିରରୁ ପୂଜାର୍ଚନା ହୋମ ଯଜ୍ଞ କରି ସାରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି । ପୂଜା ଓ ହୋମ ଯଜ୍ଞ କରିବା ପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା ସାଥରେ ଥିଲେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥୀ ବିଭୁତି ଭୂଷଣ ପ୍ରଧାନ,ସେ ମଧ୍ୟ ଏଥିରେ ସାମିଲ ଥିଲେ l ପରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଗରିବ ସପକ୍ଷବାଦୀ ସରକାର ବନାଇବାକୁ ହେଲେ ମୋଦୀଙ୍କ ହାତମୁଠାକୁ ଟାଣ କରିବା ଦରକାର ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପାଣି
ଶୋଭାଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ସାଂସଦ ପ୍ରାର୍ଥିଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଶ୍ରୀ ପାଣି ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଥିଲେ । ସେ କହିଥିଲେ ‘ମୋଦୀ ଗ୍ୟାରେଣ୍ଟି’ ଗରିବରୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଛି ।ଏହି ନିର୍ବାଚନି ପ୍ରଚାର ରୋଡ,,କୁନ୍ଦନଦେଇପୂର ,କମର ସମସ୍ତ ପଞ୍ଚାୟତରେ ବୁଲି ପ୍ରଚାର କରିବା ସହ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥିଙ୍କୁ ବିପୂଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବା ପାଇଁ ନିବେଦନ କରିଥିଲେ ।

ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ




