Entertainment
ଶ୍ରୀଶ୍ରୀହନୁମାନଙ୍କ ଜୟନ୍ତୀ ଅବସରରେ ଏକ ଦିନ ବ୍ୟାପି ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ


କଣ୍ଟାପଡ଼ା ବ୍ଳକର କନ୍ଦଳ ଗ୍ରାମରେ ନଅ ବର୍ଷ ଧରି ହନୁମାନଙ୍କ ଜୟନ୍ତୀ ପାଳନ ସହିତ ଏକଦିନ ବ୍ୟାପି ବିଶ୍ଵ ଶାନ୍ତି ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନଅ ତାରିଖ ମଙ୍ଗଳବାରଠାରୁ କଳସ ଯାତ୍ରା ଓ ବୁଧବାର ଦିନଯଜ୍ଞ ପୂର୍ଣ୍ଣାହୁତିସକାଳର ପୂଜା, ଅର୍ଚନା ବିଧି, ଭଜନ କୀର୍ତ୍ତନସହିତ ସନ୍ଧ୍ୟା ଆଳତୀ କରାଯାଇ ପୂର୍ଣ୍ଣାହୁତି ପରେଚରୁ ଅର୍ଣ୍ଣ ଭୋଗ ସହିତ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା | ଯଜ୍ଞର କର୍ତ୍ତା ଭାବେ ରବିନ୍ଦ୍ର ମହାପାତ୍ର ତାଙ୍କର ସହ ଧର୍ମୀଣୀ ହେମଲତା ମହାପାତ୍ର ଏବଂ ପୂର୍ଣ୍ଣଚନ୍ଦ୍ର ଓଝା ତାଙ୍କସହ ଧର୍ମୀଣୀ ଚନ୍ଦ୍ରିକା ଓଝା ମୁଖ୍ୟ ପୁରୋହିତ-ଲିଟୁନନାଙ୍କ ମନ୍ତ୍ରପାଠ ପରେ ରାତି ଆଠଟାରେ ପୂଜାକାର୍ଯ୍ୟ ଶେଷ ହୋଇଥିଲା ।ଏଠାରେ ଦେଢ ହଜାର ଶ୍ରଦ୍ଧାଳୁ ଭକ୍ତ ପ୍ରସାଦ ସେବନ କରିଥିଲେ। କନ୍ଦଳ ଗ୍ରାମ ର ସମସ୍ତ ଗ୍ରାମବାସୀ ବୃନ୍ଦସହଯୋଗ କରିଥିଲେ |କଣ୍ଟାପଡ଼ାରୁ ରିପୋର୍ଟ ପୁଷ୍ପଲତା ସମର୍ଥ ନିୟୁଜ୍-ଓଡ଼ିଶା




