ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ନେଇ ବିରାଟ ବାଇକ୍ ଶୋଭାଯାତ୍ରା ସହ ନିର୍ବାଚନୀ ସଭା


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦାସ୍ତ ନାଏକ ଓ ଲୋକସଭା ପ୍ରାର୍ଥୀ ମାଳବିକା ସିଂଦେଓଙ୍କୁ ଗୁରୁବାର ଅମାଠ ଓ କେସିଙ୍ଗାଠାରେ କର୍ମୀଙ୍କ ଦ୍ବାରା ସ୍ବାଗତ କରାଯାଇଛି। ପ୍ରକାଶ ଥାଉକି ଯେ ସ୍ଥାତ୍ୟ ସମସ୍ୟା ଯୋଗୁ ବିଧାୟକ ଶ୍ରୀ ନାଏକ ଗତ ଚାରି ଚାରି ବର୍ଷ ହେଲା ଅସୁସ୍ଥତା ଯୋଗୁ କୌଣସି ଅଞ୍ଚଳ ଯାଇ ନ ଥିଲେ |ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅପପ୍ରଚାର କରୁଥିବାରୁ ଚଳିତ ନିର୍ବାଚନ


ପରିପ୍ରେକ୍ଷୀରେ ଆଜି ତାଙ୍କର ପ୍ରଥମ ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। କେସିଙ୍ଗା ନୂଆ ବସଷ୍ଟାଣ୍ଡ ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ରାଣୀ ମାଳବିକା ଓ ଶ୍ରୀ ନାଏକ ଆସି ମା’ ଅମ୍ବାଜି ମନ୍ଦିରରେ ଦର୍ଶନ କରିଥିଲେ। ଏହି ଶୋଭାଯାତ୍ରାରେ ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ଅନାମ ନାଏକ, କେସିଙ୍ଗା ନଗର ବିଜେପି ସଭାପତି ମଗନ୍ ସିନ୍ଦୂର, ସମ୍ପାଦକ ସନ୍ତୋଷ ଦାସ, ବସନ୍ତ ପୁରୋହିତ, ବିଜେପି ମିଡ଼ିଆ ସେଲ ପ୍ରମୁଖ ପ୍ରୀତେଶ ପଟେଲ, ପୂର୍ବତନ ନଗରପାଳ ସରିତା ସିନ୍ଦୂର, ପୂର୍ବତନ ଜିଲ୍ଲା ଲ୍ଲୀ ପରିଷଦ ଅଧ୍ୟକ୍ଷା ନମିତା


ରାଣୀ ସାହୁ, ପୂର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ, ସତ୍ୟବ୍ରତ ଦାସ ପୂର୍ବତ ପୂର୍ବତନ ବିଧାୟକ ପ୍ରତିନିଧୂ ସଞ୍ଜୟ ଅଗ୍ରୱାଲ, ଯୁବ ନେତା ଅରୁଣ ରୁଣ ଅଗ୍ରୱାଲ, ଗୋବିନ୍ଦ ବନଛୋର, ସୁଶାନ୍ତ ସୁନାଙ୍କ ସମେତ ଅନେକ କର୍ମକର୍ତ୍ତା ଅଂଶଗ୍ରହଣ। ମା’ ମାଣିକେଶ୍ଵରୀଙ୍କ କୃପା ।କେସିଙ୍ଗା ଠାରୁ ବିରାଟପଟୁଆରରେ ତାଙ୍କୁ ଜନସାଧାରଣ ଭବାନୀପାଟଣା ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । କେସିଙ୍ଗାରୁ ଭବାନୀପାଟଣା ମଧ୍ୟରେ ବୋରୀଙ୍ଗପଦର, ବୋରିଆ, ଉତକେଲା, ପାଷ୍ଟିଗୁଡ଼ି, ତେନ୍ତୁଳିଖୁଣ୍ଟି ଛକ, ଭବାନିପାଟଣା କଲେଜ୍ ଛକ, ମାଣିକେଶ୍ଵରୀ ହାଇସ୍କୁଲ ଛକ, ଗାର୍ଲ୍ସ ହାଇସ୍କୁଲ ଛକ, ଷ୍ଟେଚ୍ୟୁ ଛକ ଦେଇ ଆସି ମା’ ମାଣିକେଶ୍ଵରୀଙ୍କ ମନ୍ଦିର ଦର୍ଶନ କରିଥିଲେ । ପରେ ଗାନ୍ଧୀ ଛକ ଠାରୁ ଦଳୀୟ ନେତୃବର୍ଗ ଇ ଦଳୀୟ ନେତା ସଭା ସ୍ଥଲ କୁ ପାଛୋଟି ନେଇଥିଲେ। ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ବିଜେପିର ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡା, ଦେବେନ୍ଦ୍ର ମହାନ୍ତି, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଅଜୟ ପାଣିଗ୍ରାହୀ, ଭଦ୍ଦେଶ୍ଵର୍ ମହାପାତ୍ର, ଅନାମ ନାଏକ, ପ୍ରଦୀପ ନାଏକ , ମାଳବିକା ଦେଓ , ଅର୍କ କେଶରୀ ଦେଓ , ନମିତା ରାଣୀ ସାହୁ ପ୍ରମୁଖ ସଭାମଞ୍ଚ ରେ ବିରାଜମାନ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ





