Entertainment
ଢେଙ୍କାନାଳ ଜିଲ୍ଲା ପାଲା ଗାୟକ ସଂଘ୍ ର ୪୨ତମ ବାର୍ଷିକ ସମ୍ମିଳନୀ


ତରଭା ପାଟଣାସାହି ଗ୍ରାମବାସୀ ଙ୍କ ସହଯୋଗ ଓ ଢେଙ୍କାନାଳ ଜିଲ୍ଲା ପାଲା ଗାୟକ ସଂଘ ଙ୍କ ମିଳିତ ଆନୁକୁଲ୍ୟରେ ୨୩.୦୪.୨୦୨୪ ତାରିଖ ଠାରୁ ୨୭.୦୪.୨୦୨୩ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ସ୍ଥାନୀୟ ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା ମଣ୍ଡପ ଠାରେ ଢେଙ୍କାନାଳ ଜିଲ୍ଲା ପାଲା ଗାୟକ ସଂଘ ର ୪୨ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ। ଏହି ମଣ୍ଡପ ରେ ପ୍ରତ୍ୟେହ ସନ୍ଧ୍ୟା ରେ ଜିଲ୍ଲା ର ବରିଷ୍ଠ ବିଶିଷ୍ଟ ପାଲା ଗାୟକ ଓ ଗାଇକା ମାନଙ୍କ ଦ୍ଵାରା ପାଲା ପରିବେଷଣ ଅନୁଷ୍ଠିତ ହେବ ତଥା ଆଧ୍ଷତିମକ ଚେତନାଶିଲ ବହୁ ଜ୍ଞାନୀ ବ୍ୟକ୍ତି, ପଣ୍ଡିତ ଚେତନାଶିଲ ବ୍ୟକ୍ତି ଯୋଗଦାନ କରିବାର ବ୍ୟବସ୍ଥା ରହିଛି। ବହୁ ସଂଖ୍ୟାରେ ଯୋଗଦାନ କରିବାକୁ କାର୍ଯକ୍ରମ ର ଆବାହକ ଶ୍ରୀ ବିରଞ୍ଚି ନାରାୟଣ ବେହେରା ଏବଂ ଢେଙ୍କାନାଳ ଜିଲ୍ଲା ପାଲା ଗାୟକ ସଂଘ ର ସମ୍ପାଦକ ଶ୍ରୀ ଦୁର୍ଗା ଚରଣ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।
ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ




