Politics

କଣ୍ଟାମାଳ ବିଜେଡିର ଘୋଷିତ ବିଧାୟକ ପ୍ରାର୍ଥୀ ଏବଂ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କ ରୋଡ ଶୋ ଓ ବିଜେଡିର ଜନଶକ୍ତି ପ୍ରଦର୍ଶନ ।

କଣ୍ଟାମାଳ ବିଜେଡିର ଘୋଷିତ ବିଧାୟକ ପ୍ରାର୍ଥୀ ଏବଂ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କ ରୋଡ ଶୋ ଓ ବିଜେଡିର ଜନଶକ୍ତି ପ୍ରଦର୍ଶନ ।
ମା’ ମାହେଶ୍ଵରୀଙ୍କ ଦର୍ଶନରୁ ଆରମ୍ଭ ଓ ମା’ ସମଲେଶ୍ଵରୀଙ୍କ ଦର୍ଶନରେ ଶେଷ

କଣ୍ଟାମାଳ, ତା ୧୦-୪ ( ପ୍ରଭାତ କୁମାର ସାହୁ)ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡ଼ିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଘୋଷଣା ପରେ ଭୁବନେଶ୍ୱରରୁ ଫେରିବା ସମୟରେ ବୁଧବାର ଉଭୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। କଣ୍ଟାମାଳ ବିଧାୟକ ପ୍ରାର୍ଥୀ ମହିଧର ରଣା ଏବଂ କନ୍ଧମାଳ ସାଂସଦ ଡ଼ା: ଅଚ୍ୟୁତ ସାମନ୍ତ ଚଳିତ ଥର ମଧ୍ୟ ବିଜେଡି ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ହୋଇଥିବାରୁ ସେମାନେ ବାଇକରେ ରୋଡ ଶୋ ତଥା ଜନଶକ୍ତି ପ୍ରଦର୍ଶନ କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସାହାଜପାଲ ଠାରେ ଉଭୟ ପ୍ରାର୍ଥୀଙ୍କୁ ହଜାର ହଜାର କର୍ମୀ ଶଙ୍ଖଧ୍ଵନି, ଦୁଲଦୁଲି ବାଜା ବଜାଇ ଭବ୍ୟ ସ୍ଵାଗତ ସହ ରୋଡ଼ ଶୋ ଆରମ୍ଭ କରାଯାଇଥିଲା। ପ୍ରଥମେ ଉଭୟ ପ୍ରାର୍ଥୀ ପ୍ରଥମେ ମା’ ମାହେଶ୍ଵରୀଙ୍କ ଠାରେ ବିଜୟ ଭିକ୍ଷା ମାଗିବା ପରେ ସେଠାରୁ ଏକ ବିରାଟ ପଟୁଆରରେ ବାହାରିଥିଲେ । ଆଗରେ ଶତାଧିକ ବାଇକ ଯୋଗେ ହଜାର ହଜାର କର୍ମୀ ଓ ଶୁଭେଛୁଙ୍କ ଗହଣରେ ବାହାରିବାଉଁଶୁଣୀ,ଦହ୍ୟା,ମନମୁଣ୍ଡା,ପଲଶାଗୋରା, କଣ୍ଟାମାଳ, ଘଣ୍ଟାପଡ଼ା ଆଦି ଗ୍ରାମରେ ଉଭୟଙ୍କୁ ପୁଷ୍ପମାଲ୍ୟ, ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରି ଗ୍ରାମ୍ୟ ପରିକ୍ରମା କରାଇଥିଲେ। ଘଣ୍ଟାପଡ଼ାରେ ଉଭୟେ ପହଞ୍ଚିବା ପରେ ମା’ ସମଲେଶ୍ଵରୀ ମନ୍ଦିରକୁ ଯାଇ ଦେବୀଙ୍କ ଦର୍ଶନ କରି ସିଧା ଆମ୍ବଗାଁ ଆସିଥିଲେ। ସେଠାରେ ଆମ୍ବଗାଁ ସରପଞ୍ଚ ପ୍ରତିମା ରଣା, ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀ,ପ୍ରମୁଖ ବହୁ ମହିଳା ସ୍ଵାଗତ କରିଥିଲେ। ଶେଷରେ ଆମ୍ବଗାଁ ହାଟପଦାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ସେଠାରେ ଉଭୟ ପ୍ରାର୍ଥୀଙ୍କୁ ବହୁମାତ୍ରାରେ ଭୋଟ ଦେଇ ପୁନର୍ବାର ଉଭୟଙ୍କୁ ବିଜୟ କରିବାକୁ ସମସ୍ତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ୍ ସମର୍ଥ ନିୟୁଜ

Related Articles

Back to top button