Politics

ବିଜେପି ର କର୍ମୀ ସମ୍ବିଳନୀ ଅନୁଷ୍ଠିତ l

 ହରଭଙ୍ଗା -( ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ଠାରେ ୯ ନଂ ଜିଲ୍ଲା ପରିଷଦ ଜୋନର କର୍ମୀ ମାନଙ୍କୁ ନେଇ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜୋନ ର ସଭାପତି ଙ୍କ ନେତୃତ୍ୱରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି (ଭାରତୀୟ ଜନତା ପାର୍ଟି) ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସରୋଜ ପ୍ରଧାନ ଉପସ୍ଥିତ ରହି କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ କେନ୍ଦ୍ର ରେ ଥିବା ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ସୁଶାସନ ସହିତ ରାଜ୍ୟରେ ଥିବା ୨୫ ବର୍ଷର ବିଜେଡି ସରକାର ଙ୍କ ଦୁର୍ନୀତି କୁ ନେଇ ଲୋକଙ୍କ ପାଖକୁ ଯିବାକୁ ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନ । ଏହି କର୍ମୀ ସମ୍ମିଳନୀରେ ୯ ନମ୍ବର ଜିଲ୍ଲା ପରିଷଦ ଜୋନ ର ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Related Articles

Back to top button