Politics

ଘଣ୍ଟାପଡ଼ାରେ ଜୋନ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ, ରଣହୁଙ୍କାର ସହ ସଂକଳ୍ପ ନେଲେ ବିଜେଡି କର୍ମୀ,

କଣ୍ଟାମାଳ,୮/୪: ( ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଅସ୍ଥାୟୀ ବିଜେଡି କାର୍ଯ୍ୟାଳୟରେ ପୂର୍ବତନ କଣ୍ଟାମାଳ ବିଜେଡ଼ି ସଭାପତି ବିପିନ ଭୋଇଙ୍କ ସଭାପତିତ୍ଵରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାରେ ଆଗାମୀ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ କଣ୍ଟାମାଳ ବିଧାନସଭାର ବିଜେଡି ପ୍ରାର୍ଥୀ ମହିଧର ରଣାଙ୍କୁ କିପିରି ପୂର୍ବଅପେକ୍ଷା ଅଧିକ ଭୋଟରେ ବିଜୟୀ ହେବେ, ତା ଉପରେ ଆଲୋଚନା ହୋଇଥିଲା ଏବଂ ସମସ୍ତେ ୱାର୍ଡ଼ ଠାରୁ ଆରମ୍ଭ କରି ଗ୍ରାମ ସହର ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ବିକାଶର ବାର୍ତ୍ତା ଦେଇ ନିଜ ଦଳ ସପକ୍ଷରେ ଭୋଟ ଆଣିବା ପାଇଁ ବହୁ ବରିଷ୍ଠ କର୍ମୀ ମତ ସହ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ସମ୍ମିଳନୀରେ ବରିଷ୍ଠ ବିଜେଡି ସଦସ୍ୟ ଶେଷ ଦେବ ରଣା, ସୁଧାଂଶୁ ଶେଖର ରଣା, ଜିତେନ୍ଦ୍ର ପ୍ରସାଦ ଦେହୁରୀ, ଦୌଲଥ ପାଣ୍ଡେ, ମହେନ୍ଦ୍ର ରଣା, ହିମାଞ୍ଚଳ ରଣା, ଲିଙ୍ଗରାଜ ରଣା, ମାନୁ ରଣା, ଶତ୍ରୁଘନ ଶତପଥି, ରବି ମହାନନ୍ଦ, ପିତାମ୍ବର ଭୋଇ, ଅଶୋକ ସାହୁ, ଶରତ ରଣା, ଘନ ବୁଡ଼ାଏକ, ସୁରଥ ମେଣ୍ଡିଲି,ନବୀନ ମେଣ୍ଡିଲି,ଗୋବର୍ଦ୍ଧନ ଭୋଇ,ମନୋଜ ପାଣିଗ୍ରାହୀ ପ୍ରମୁଖ ଜୋନର ୮ଟି ପଞ୍ଚାୟତର ସକ୍ରିୟ କର୍ମୀ ଯୋଗ ଦେଇ ରଣହୁଙ୍କାର ଦେବା ସହ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button