ଶେଷ କୁମାର ମେହେର ବିଜେପିରେ ମିଶିବା ପରେ ସମର୍ଥକ ଅସନ୍ତୋଷ


କଣ୍ଟାମାଳ,୫।୪(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଶେଷ କୁମାର ମେହେର କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପ୍ରତି ଅସନ୍ତୋଷ ଥିବା ବିଜେଡି କର୍ମୀଙ୍କୁ ଏକତ୍ରିତ କରି ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବରେ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିଥିଲେ l ଶ୍ରୀ ମେହେର ନିର୍ବାଚନରେ ପରାଜିତ ହୋଇଥିଲେ ଏବଂ ତାଙ୍କୁ ବିଜେଡି ଦଳ ନିଲମ୍ବନ କରିଥିଲା l ସେହିଦିନ ଠାରୁ ତାଙ୍କର ସମର୍ଥକମାନେ ନିଜକୁ ସ୍ୱାଧୀନ ଦଳ ଭାବରେ ବିବେଚନା କରିବା ସହ ଶେଷ କୁମାର ମେହେରଙ୍କୁ ନେତା ଭାବେ ଗୁରୁତ୍ୱ ଦେଇ ଆସିଛନ୍ତି l ଶ୍ରୀ ମେହେର ଗତ ମାର୍ଚ୍ଚ ୩୧ ତାରିଖ ଦିନ ହଠାତ୍ ବିଜେପି ଦଳରେ ଯୋଗଦାନ କରିଛନ୍ତି l ଏହାକୁ ନେଇ ତାଙ୍କର କିଛି ସମର୍ଥକ ଗ୍ରହଣ କରିପାରୁ ନାହାନ୍ତି l ଶୁକ୍ରବାର ବିବତ୍ସ କହଁରଙ୍କ ନେତୃତ୍ୱରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢେଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ହେମନ୍ତ ମାଝୀ, ଗୋପବନ୍ଧୁ ସାହୁ, ଫକିର ମୋହନ ବେହେରା, ଶମ୍ଭୁ ଭୋଇ, ପଳସ୍ତି ଭୋଇ, ସୁଶିଲ କୁମାର ସାହୁ, ଶମ୍ଭୁ ପ୍ରଧାନ, ପ୍ରମୋଦ ମାଝୀ, ସତ୍ୟବାନ ବାଘ, ଟଙ୍କଧର ଗାଈଗୋରିଆ, ନିରଞ୍ଜନ ଗାଈଗୋରିଆ, ସଞ୍ଜୟ କୁମାର ଭୋଇ, ପ୍ରମୋଦ କମ୍ପ, ମିଟୁ ମଲିକ ଆଦି ସମେତ ବରଗାଁ ଓ ନାରାୟଣପ୍ରସାଦ ଗ୍ରାମ ପଞ୍ଚାୟତର ପ୍ରାୟ ୪୦ ଜଣ ବ୍ୟକ୍ତି ଯୋଗଦେଇ ଶେଷ କୁମାର ମେହେରଙ୍କ ମନମୁଖୀ ଦଳ ଡିଆଁ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ୧୩ ତାରିଖ ପରବର୍ତ୍ତୀ ବୈଠକ ବସିବା ନେଇ ସ୍ଥିର କରିଛନ୍ତି l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




