Politics
ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ଙ୍କୁ ଛତିଆ ଠାରେ ଭବ୍ୟ ସ୍ଵାଗତ ।


ବଡ଼ଚଣା, ୫।୪.(ନି: ପ୍ର)! ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଭାବେ ଅମର ନାୟକ ଙ୍କ ନାମ ଘୋଷଣା ହେବା ପରେ କର୍ମୀ ଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି। ବଡ଼ଚଣା ବିଜେପି ପ୍ରାର୍ଥୀ ଅମର ଙ୍କ ଉପରେ ଦଳ ପୁନର୍ବାର ଭରଷା କରିଛି। ଟିକେଟ ଘୋଷଣା ପରେ ବଡ଼ଚଣା ବିଜେପି ର ହଜାର ହଜାର କର୍ମୀ ଛତିଆ ଠାରେ ସ୍ଵାଗତ କରି ଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ୨୦୧୯ ବିଗତ ସାଧାରଣ ନିର୍ବାଚନ ରେ ସ୍ୱଳ୍ପ ଭୋଟ ବ୍ୟବଧାନରେ ଶ୍ରୀ ନାୟକ ଜିତୁ ଜିତୁ ହାରୀ ଯାଇ ଥିଲେ ଅମର । ଟିକେଟ ମିଳିବା ପରେ ବିଜେପି ଶିବିର ଏବେ ଉତ୍ସବମୁଖର ହୋଇ ପଡ଼ିଛି । ଶ୍ରୀ ନାୟକ ଙ୍କୁ ହଜାର ହଜାର କର୍ମୀ ମାନେ ଛତିଆ ଠାରୁ ସ୍ବାଗତ କରି ଥିବା ବେଳେ, ଏକ ବିରାଟ ପଟୁ ଆରରେ ଦ୍ଵିତୀୟ ଶ୍ରୀ କ୍ଷେତ୍ର ଛତିଆ ବଟ ମହାପୁରୁଷଙ୍କୁ ଦର୍ଶନ କରି ଥିବା ବେଳେ, ଚଣ୍ଡିଖୋଲ ମହାବିନାୟକ ଙ୍କ ଦର୍ଶନ କରି କୃପା ଭିକ୍ଷା କରି ଥିଲେ ।




