Politics

ବିଜେପି ପକ୍ଷରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବାରୁଆଁ( କ) ର ୮ ଗୋଟି ପଂଚାୟତ ର ବୁଥ ସ୍ତରୀୟ ବୈଠକ।

 -ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀର ବାରୁଆଁ କ,୩ ନମ୍ବର ଜୋନର ୮ ଟି ପଂଚାୟତର ବିଜେପିର ବୁଥ୍ ସ୍ତରୀୟ ମୁଖ୍ୟ ସଂଗଠକ ଓ ବୁଥ୍ ସ୍ତରୀୟ କାର୍ଯ୍ୟ କର୍ତ୍ତା ମାନଙ୍କୁ ନେଇ ପ୍ରଥମ ବୈଠକ ଖଟୁଆହତା ବଙ୍ଗଳା ନିକଟରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ କର୍ମୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାବେଶରେ ଢେଙ୍କାନାଳ ଲୋକସଭା ପ୍ରାଥୀ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାନସଭାର ପ୍ରାଥୀ ଶତ୍ରୁଘନ ଜେନା,ବାରୁଆଁ ମଣ୍ଡଳ ସଭାପତି ବିଜୟ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ସଂଗଠକ ଶିଶିରୀ କାନ୍ତ ବେହେରା,ବରିଷ୍ଠ ବିଜେପି ନେତା ଲଳିତ କୁମାର ସାହୁ, ଜିଲ୍ଲା ଉପ ସଭାପତି ପବିତ୍ର କୁମାର ବିଶ୍ୱାଳ, ବରିଷ୍ଠ ବିଜେପି ନେତା ମାତୃ ପ୍ରସାଦ ନନ୍ଦ, ଓବିଶି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ନାୟକ,ଜିଲ୍ଲା ମିଡ଼ିଆ ସେଲ ପ୍ରଭାରୀ ଚନ୍ଦନ କୁମାର ବେହେରା, ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମୀ ସମିଳନୀରେ ଲୋକ ସଭା ପ୍ରାର୍ଥୀ, ଓ ବିଧାନସଭା ପ୍ରାଥୀଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରି, ଢେଙ୍କାନାଳ ଜିଲ୍ଲା ଓ କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ କୁ ଏକ ଦୁର୍ନୀତି ମୁକ୍ତ ଶାସନ କରିବାକୁ କର୍ମୀ ମାନଙ୍କୁ ଆୱାନ ଦେଇଥିଲେ, ଏହି ଦୁଇଟି ଆସନରେ ବିପୁଳ ସଂଖ୍ୟା ରେ ଜୟ ଯୁକ୍ତ କରିବା ପାଇଁ କର୍ମୀ ମାନେ ଓ ବୁଥ୍ ସ୍ତରୀୟ ସଂଗଠକ ମାନେ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୮ ଗୋଟି ପଂଚାୟତ ରୁ ଶତାଧିକ ସକ୍ରିୟ ବିଜେପି କର୍ମୀ ଯୋଗଦେଇଥିଲେ

ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ 

Related Articles

Back to top button