ଲୋକସଭା ପ୍ରାର୍ଥୀ ଅବିନାଶ ସାମଲଙ୍କ ପ୍ରଥମ ଭୁବନ ଗ୍ରସ୍ତ, ବିଜୁ ଜନତାଦଳ ତରଫରୁ ସ୍ବାଗତ ସଭା ଅନୁଷ୍ଟିତ


ଆଗାମୀ ନିର୍ବାଚନ ପାଇଁ BJD ର ପ୍ରାର୍ଥୀ ଘୋଷଣା ପରେ ଆଜି ପ୍ରଥମଥର ପାଇଁ ଭୁବନ ଗ୍ରସ୍ତରେ ଆସିଥିବା ସାଂସଦ ପ୍ରାର୍ଥୀ ଡଃ ଅବିନାଶ ସାମଲଙ୍କୁ ଭୁବନ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଭୁବନ ବିଜୁ ଜନତାଦଳ ତରଫରୁ ସ୍ବାଗତ ସମ୍ଵର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଢେଙ୍କାନାଳ ବିଧାୟକ ସୁଧିର ସାମଲ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚିନା ପୁହାଣ, ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଭୁବନ ବ୍ଲକ ବିଜୁ ଜନତାଦଳ ସଭାପତି ରମେଶ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ସମେତ ଭୁବନ ବ୍ଲକ ଓ ଏନ୍ ଏ ସି ର ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ନୂଆ ଚେହେରା ଭାବରେ ସାଂସଦ ପ୍ରାର୍ଥୀ ଡଃ ଅବିନାଶ ସାମଲଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାଇବା ସହିତ ଖୁସିବ୍ୟକ୍ତ କହିଥିବା ବେଳେ ମିଳିମିଶି କାମ କରିବା ସହିତ ସମସ୍ତଙ୍କ ସହଯୋଗ ରେ ଢେଙ୍କାନାଳ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ ଡଃ ଅବିନାଶ ସାମଲ ।
ଭୁବନ ରୁ ସ୍ଵତନ୍ତ୍ର ରିପୋର୍ଟର ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିଉଜ




