Politics

*ଯୁବ କଂଗ୍ରେସ କର୍ମୀ ଙ୍କ ସ୍ଵାଭାବିକ ମୃତ୍ୟ*

ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ ର ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ପୁର ଗ୍ରାମର ଯୁବ କଂଗ୍ରେସ କର୍ମୀ ମନୋଜ କୁମାର ପାତ୍ରଙ୍କ ମନମୁଣ୍ଡ। ଥାନା ଅଧୀନସ୍ଥ ବାଗଡିଆ ଠାରେ ଜୈନେକ ଘରେ ଅସ୍ଵାଭାବିକ ମୃତ୍ୟୁ ହେବା ପରେ ତାଙ୍କ ବୃଦ୍ଧ ପିତା ମାତା ଗୋଟିଏ ଓଟ ଯୋଗେ ଘର ନାରାୟଣପୁର ( ମନୋଜଙ୍କ ଘର ) କୁ ଶବ ଆଣିଥିଲେ । ଆଜି ସକାଳେ ମନୋଜଙ୍କ ଭାଇ ବୌଦ୍ଧ ପୋଲିସକୁ ସୁଚନା ଦେଇଥିଲେ।ବୌଦ୍ଧ ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବୌଦ୍ଧ ଡାକ୍ତରଖାନା ରେ ରଖି ଅଛି ଏବଂ ଓଟ ଚାଲାକ୍ ସହ ଉଭୟ ତିନି ଜଣଙ୍କୁ ବୌଦ୍ଧ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ଏହି ଖବର ଶୁଣି ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି ଓ ଜିଲ୍ଲା ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ଏହାର ଦୃଢ଼ ନିନ୍ଦା କରିଅଛି । ମୃତ୍ୟୁ ର ପ୍ରକୃତ ସତ୍ୟାସତ୍ୟ ଜଣା ପଡି ନାହିଁ ବୋଲି ବୌଦ୍ଧ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button