କହ୍ନେଇ ଚରଣ ଡାଙ୍ଗଙ୍କୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ।ଯୋଗ ଦେଲେ ଶତାଧିକ ବିଜେପି କର୍ମୀ ।


କଣ୍ଟାମାଳ, ୩/୪: ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଜେପି ତରଫରୁ ମଙ୍ଗଳବାର ଦିନ କହ୍ନେଇ ଚରଣ ଡାଙ୍ଗଙ୍କ ନାମ ପୁନର୍ବାର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ହେବାପରେ ବିଜେପି କର୍ମୀଙ୍କ ମନରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା। ଫଳରେ ଗାଁ ଠୁ ସହର ସବୁଠି ଖୁସିର ଲହରୀ । ସମସ୍ତେ ରାଜରାସ୍ତାକୁ ଓହ୍ଲାଇ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇ ଉତ୍ସବ ମନାଇଥିଲେ। ବୁଧବାର ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ନିଜେ ମଧ୍ୟ ବହୁ ଉତ୍ସାହିତ ନିଜ ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ଙ୍କ ସହ ବିରାଟ ପଟୁଆରରେ ଦହ୍ୟା ଠାରୁ ବାହାରି ମନମୁଣ୍ଡା, ଖଟଖଟିଆ,ପଲସାଗୋରା, କଣ୍ଟାମାଳ,ମଲିକୁଦ, ଘଣ୍ଟାପଡ଼ା, ଆମ୍ବଗାଁ, ଖୁଣ୍ଟିଗୋରା ଆଦି ମୁଖ୍ୟ ରାସ୍ତରାସ୍ତାର ଛକମାନଙ୍କରେ ଶତାଧିକ ବିଜେପି କର୍ମୀ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରି ବିଜେପି ଜିନ୍ଦାବାଦ , ନରେନ୍ଦ୍ର ମୋଦି ଜିନ୍ଦାବାଦ ଆଦି ବିଭିନ୍ନ ନାରା ଦେଇଥିଲେ।ପରେ ଖୁଣ୍ଟିଗୋରା ପଞ୍ଚାୟତ ସ୍ଥିତ ରୁଗୁଡ଼ିପାଲିର ଶିବ ମନ୍ଦିର ପରିସରରେ ଏକ ବିରାଟ ସଭାର ଘଣ୍ଟାପଡ଼ା ମଣ୍ଡଳ ସଭାପତି ପିନାକ ଧର ରଣା ନେତୃତ୍ଵରେ ଆୟୋଜନ ହୋଇଥିଲା। ସେଠାରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ତୃଣମୂଳ ସ୍ତରରୁ ମୋଦୀ ସରକାରଙ୍କ ବିକଶିତ ଭାରତରେ ଗ୍ୟାରେଣ୍ଟି କାର୍ଡ଼ ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇ ଆପ୍ରାଣ ଉଦ୍ୟମ କରିବାକୁ ବହୁ ତୁଙ୍ଗନେତା ପ୍ରକାଶ କରିଥିଲେ। ଉକ୍ତ ସଭାରେ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ମଣ୍ଡଳ ସଭାପତି, ତୁଙ୍ଗନେତା, ପଞ୍ଚାୟତ କର୍ମକର୍ତ୍ତା ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




