ଜଗତସିଂହପୁର ଜିଲ୍ଲାରୁ କିଏ କୋଉଠି ପାଇଲା ଟିକେଟ ?


ଜଗତସିଂହପୁର ::- ରାଜନୀତିର ଚର୍ଚ୍ଚିତ ଜିଲ୍ଲା ଭାବେ ଜଗତସିଂହପୁର ଏବେ ଚଳଚଞ୍ଚଳ ହୋଇ ଉଠିଛି ନିର୍ବାଚନ ର ଟିକେଟ ବଣ୍ଟନ କୁ ନେଇ !ବର୍ତ୍ତମାନ ସୁଦ୍ଧା ଦୁଇଟି ପ୍ରମୁଖ ଦଳ ବିଜେପି ଓ ବିଜେଡି ନିଜନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଜାତୀୟ କଂଗ୍ରେସ ନିଜ ପ୍ରାର୍ଥୀ ଘୋଷଣା କରିପାରିନାହିଁ !ବିଜେପି ତାର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀ ବିଭୁ କିଶୋର ତରାଇ ଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ରୁ ଡକ୍ଟର ରାଜଶ୍ରୀ ମଲ୍ଲିକ ଙ୍କୁ ପୁନର୍ବାର ପ୍ରାର୍ଥୀ ଚୟନ ଚୂଡାନ୍ତ କରିଛି ! ଜାତୀୟ କଂଗ୍ରେସ ରୁ ସମ୍ଭାବ୍ୟ ତାଲିକାରେ ପ୍ରତିମା ମଲ୍ଲିକ ଙ୍କ ନାମ ଉଲ୍ଲେଖ କରିଥିବା ବେଳେ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବାରେ ବିଳମ୍ବ ହେଉଛି !ଜିଲ୍ଲାର ଚାରୋଟି ବିଧାନସଭା ମଧ୍ୟରୁ ବିଜେଡି ଦୁଇଟି ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି ! ଜଗତସିଂହପୁର ରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରଶାନ୍ତ ମୁଦୁଲିଙ୍କୁ ଦୋହରାଇ ଥିବା ବେଳେ, ତିର୍ତ୍ତୋଲ ଆସନରୁ ନିର୍ବାଚନ ରାଣାଙ୍ଗନ ପାଇଁ ଏକାଧିକ ପ୍ରାର୍ଥୀ ଶାସକ ବିଜେଡି ଦଳ ତରଫରୁ ଆଶାୟୀ ଜଣାପଡୁଥିଲେ ବି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟେଇ ନିର୍ବାଚନ ମୈଦାନ ପାଇଁ ବିଜେଡି ସୁପ୍ରିମୋ ଙ୍କ ଠାରୁ ଟିକେଟ ହାସଲ କରିଛନ୍ତି ରମାକାନ୍ତ ଭୋଇ !ଏପର୍ଯ୍ୟନ୍ତ ଜାତୀୟ କଂଗ୍ରେସ ତାର କୌଣସି ପ୍ରାର୍ଥୀ ଙ୍କ ନାମ ଘୋଷଣା କରିନାହିଁ ! ଶୁଣାଯାଏ ବସନ୍ତ ନନ୍ଦନ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ରୁ ଇସ୍ତଫା ଦେଇ ବିଜେଡି ରେ ସାମିଲ ହେବାରୁ ଦଳ ସଙ୍କଟ ରେ ପଡିଛି !ତଥାପି ତିର୍ତ୍ତୋଲ ଆସନ ରୁ ସମ୍ଭାବ୍ୟ ତାଲିକାରେ ଇଂ. ହିମାଂଶୁ ଭୂଷଣ ମଲ୍ଲିକ, ଜଗତସିଂହପୁର ରୁ ବିପ୍ଳବ ଚୌଧୁରୀ ଙ୍କ ନାମ ଚର୍ଚ୍ଚା ରେ ରହିଛି ! ଏହା ପରେ ବି ତିର୍ତ୍ତୋଲ ଆସନ ପାଇଁ ନବନିର୍ମାଣ କୃଷକ ସଂଗଠନ ରବୀନ୍ଦ୍ର ନାଥ ସେଠୀ ଙ୍କୁ ପ୍ରାର୍ଥୀ କରିଛି !ଦେଖିବାର ଅଛି ରାଜନୀତିର ଗୋଟି ଚାଳନା ରେ ସବୁଠାରୁ ଆଗରେ ରହୁଛି କିଏ ?
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




