ବିଧାୟକ ଅମର ଶତପଥି ଙ୍କ ଶକ୍ତି ପ୍ରଦର୍ଶନ 10ହଜାର ରୁ ଉର୍ଦ୍ଧ କର୍ମୀ ଯୋଗ ଦେଲେ ସମାବେଶରେ ା ସାସଂଦ ପ୍ରାର୍ଥି ଓ ତିନି ଜିଲ୍ଲାପରିଷଦ ଅନୁପସ୍ଥିତି


ବଡଚଣା ନିର୍ବାଚନ ମଣ୍ଡଳୀରେ କିଛି ଦିନ ହେବ ଚାଲିଛି ବିଜେଡି ଦୁଇ ଗୋଷ୍ଠି ଶକ୍ତି ପ୍ରଦର୍ଶନ।ତିନିଦିନ ପୂର୍ବେ ଖଏରା ନିକଟରେ ବିଧାୟକଙ୍କ ବିରୋଧରେ ଏକ ସମାବେଶ ଆୟୋଜନ ହୋଇଥିଲା।ଏଥିରେ ତିନି ଜଣ ପୂର୍ବତନ ବ୍ଲକ ଅଧ୍ୟକ୍ଷ,ଜଣେ ଉପାଧ୍ୟକ୍ଷ,ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା , ପନ୍ଦରରୁ ଉର୍ଧ୍ୱ ସରପଂଚ,ସମିତି ସଭ୍ୟ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା,ସରପଂଚ ସମିତି ସଭ୍ୟା ସହ ପ୍ରାୟ4 ହଜାରରୁ ଉର୍ଧ୍ୱ ଦଳୀୟ କର୍ମି ଯୋଗ ଦେଇଥିଲେ।ଏଥିରେ ବିଧାୟକଙ୍କ ବିରୋଧରେ ଗର୍ଜିବା ସହ ନୂତନ ନେତୃତ୍ୱ ପାଇଁ ବକ୍ତା ମାନେ କହିଥିଲେ।ଏହାର ଜବାବରେ ସୋମବାର ଅପରାହ୍ନରେ ବିଧାୟକ ଅମର ପ୍ରସାଦ ଶତପଥିଙ୍କ ଗୋଷ୍ଠି ପକ୍ଷ୍ୟରୁ ବଡଚଣା ମହୋର୍ସବ ପଡିଆରେ ପ୍ରାୟ 10 ହଜାରୁ ଉର୍ଧ୍ୱ କର୍ମି ସମାବେଶରେ ଯୋଗ ଦେଇଥିବା ବେଳେ ଯାଜପୁର ସାସଂଦ ପ୍ରାର୍ଥି ଙ୍କୁଆମନ୍ତ୍ରଣ କରାଯାଇଥିଲେ ବି ଉପରୁ ନିର୍ଧେଶ ନଥିବା କହି ଆସିନଥିଲେ।ସେହି ପରି ତିନି ଜଣ ଜିଲ୍ଲା ପରିଷଦ ସହ ଅନେକ ସରପଂଚ ସମିତି ସଭ୍ୟ ଅନୁପସ୍ଥିତି ଥିବା ଦେଖିବାକୁ ମିଳିଥିଲା।ବ୍ଲକ ସଭାପତି ଅରବିନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ଶତପଥି କହିଥିଲେ ଆମ ସଂଗଠନ ସଦୃଢ ଅଛି ଆଗାମୀ ଦିନରେ ବଡଚଣା ବାସୀ ସଠିକ ନିଷ୍ପତି ନେବେ।ଅନ୍ୟମାନଙ୍କ ମଧ୍ୟରେ ଟିମ ବଡ଼ଚଣା ଅଧକ୍ଷ ତଥା ଶ୍ରୀ ଶତପଥି ଙ୍କ ପୁଅ ଅଦ୍ୱିତୀୟ ଶତପଥି ଛାତ୍ର ସଭାପତି ଯତିନ୍ଦ୍ର ନାୟକ,ରାଜଲକ୍ଷ୍ମୀ ମହାନ୍ତି,ପଂଚାନନ ଧଳ,ମନୋରଞନ ଯେନାସାରଦା ମହାନ୍ତି ନିରଞ୍ଜନ ସେନାପତି ବ୍ଲକ ଅଧକ୍ଷା ମିନତୀ ସେନାପତି ଉପାଧକ୍ଷ ବିଭାସ ନନ୍ଦବାସୁଦେବ ସ୍ୱାଇଁ ମାନସ ରଞ୍ଜନ ପଣ୍ଡା ସୋଲର ସମିତି ସଭ୍ୟ ସଞ୍ଜୟ ବେହେରା ପ୍ରମୂଖ ଅଭିଭାଷଣ ଦେଇ ଶତପଥିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିଲେ।ଅନେକ ନେତୃତ୍ୱ ଅନୁପସ୍ଥିତ ରହିବାରୁ ମାତ୍ର ଘଣ୍ଟାଏ ମଧ୍ୟରେ ତରବରିଆ ଭାବେ ସଭାକୁ ସାରି ଦିଆଯାଇଥିଲା।ବଡଚଣା ବିକାଶ କ୍ଷେତ୍ରରେ ବହୁ ପଛରେ ରହିବା,ଦଳୀୟ ଗୋଷ୍ଠି କନ୍ଦଳ ଓ ନିର୍ଧିଷ୍ଟ କିଛି ଲୋକଙ୍କୁ ଗୁରୁତ୍ୱ ଦେବା ଫଳରେ ଏଠାରେ ବ୍ୟାପକ ଅଭିଯୋଗ ରହିଛି।ସେହି ଦୃଷ୍ଟି କୋଣରୁ ଦଳ ନୂଆ ମୁହଁ ପାଇଁ ଚିନ୍ତା କରୁଥିବା ଶୁଣିବାକୁ ମିଳୁଛି।ଜିଲ୍ଲାରେ ଚାରିଟି ବିଧାନସଭା ପାଇଁ ପ୍ରର୍ଥି ଘୋଷଣା ହୋଇଥିବା ବେଳେ ବଡଚଣା,ବରୀ ଓ କୋରେଇ ଆସନ ପାଇଁ ପ୍ରାର୍ଥି ଘୋଷଣା ହୋଇନାହିଁ।ଛ ଛ ଥର ବିଧାୟକଙ୍କ ବିରୋଧରେ ବିରୋଧିଙ୍କ ରଣ ହୁଙ୍କାର ଆଗାମୀ ଦିନରେ କେଉଁ ମୋଡ ନେଉଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,




