Politics

ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଓ ଇସ୍ତାହାର ପାଇଁ ମତାମତ ସଂଗ୍ରହ

 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ରିଷଗାଁ ସ୍ଥିତ ଏସ୍ ଏନ୍ କନଫରେନ୍ସ ହଲ ଠାରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଓ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଅଜିତ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନବୀନ ଓଡ଼ିଶାର ସାରଥୀ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ନୂତନ ଓଡ଼ିଶା ଗଠନ ପାଇଁ ଯୁବପିଢୀ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଛାତ୍ର ସଂଯୋଜକ ରାଜ୍ୟ ଛାତ୍ର ବରିଷ୍ଠ ଉପ ସଭାପତି ଅପୂର୍ବା ଅପରୁପା, ବଲାଙ୍ଗିର ଜୋନ ସଭାପତି ଚିରାଗ ସିଂହଦେଓ, ରାଜ୍ୟ ଛାତ୍ର ଉପ ସଭାପତି ରଶ୍ମି ରେଖା ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ର ଛାତ୍ରୀ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଓ ନିର୍ବାଚନ ଇସ୍ତାହାର ପାଇଁ ନିଜ ନିଜର ମତାମତ ରଖିଥିଲେ । ଛାତ୍ର ଛାତ୍ରୀଙ୍କୁ ନୂଆ-ଓ ସ୍କୋଲାରସିପ ପ୍ରଦାନ କରିଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button