Entertainment

ପଲଶାଗୋରା ଫଲଶାଫୁଲ କଲାପଟା ର ତୃତୀୟ ବାର୍ଷିକ ଉତ୍ସବ

 

 କଣ୍ଟାମାଳ,31/3 , ( ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା କୋଶଲି ସାହିତ୍ୟ ଅନୁଷ୍ଠାନ ଫଲଶାଫୁଲର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ସକାଳୁ ଏକ ସାଂସ୍କୃତିକ ଶୋଭାଯାତ୍ରା ରେ ବସଷ୍ଟାଣ୍ଡ ସ୍ଥିତ ଫଲଶାଫୁଲ କଲାପଟା ନିକଟକୁ ଯାଇ ପୂଜାର୍ଚ୍ଚନା କରାଯିବା ପରେ କଳାପଟା ରେ କୋଶଲି ସାହିତ୍ୟ ଏକାଡେମୀ ତରଭାର ସଭାପତି କବି ଦେବେନ୍ଦ୍ର ନାଏକଙ୍କ ଏକ କବିତା ଲେଖା ଯାଇଥିଲା |ପରେ ପୁଣି ସେଠାରୁ ଶୋଭାଯାତ୍ରାରେ ଆସି ଉତ୍ସବ ମଞ୍ଚରେ ଅନୁଷ୍ଠାନର ସଭାପତି ଅଜିତ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ପ୍ରଭାତ କୁମାର ଖମାରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ |ଏଥିରେ ମୁଖ୍ୟଅତିଥି ଭାବେ କୋଶଲି କବି ଦେବେନ୍ଦ୍ର ନାଏକ, ମୁଖ୍ୟବକ୍ତା ଭାବେ କଦମଫୁଲ ସାହିତ୍ୟ ଅନୁଷ୍ଠାନ ର ସଭାପତି ଯୁଧିଷ୍ଠିର ଖମାରୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟଭାନୁ ଦଣ୍ଡୁଆସି, ଭାଗିରଥି ରଥ, ଅନୁଷ୍ଠାନ ର ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ବଳଦେବ ମହାପାତ୍ର ମଞ୍ଚାସିନ ରହି ଫଲଶାଫୁଲ ଅନୁଷ୍ଠାନ ବିଷୟରେ କହିଥିଲେ |ଏହି ଅବସରରେ ଅନୁଷ୍ଠାନର ଏକ ଲୋଗୋ ଉନ୍ମୋଚନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରଭାସିନୀ ଭୋଇ (ଜାମଖାରି,ବଲାଙ୍ଗୀର ), ଯଶୋବନ୍ତ କୁମ୍ଭାର (ଭରସୁଜା ବଲାଙ୍ଗୀର), ସମାଜସେବୀ ଯଦୁ ବିହାରୀ ବାଘ (କଣ୍ଟାମାଳ ଆରମ୍ଭ ଅନୁଷ୍ଠାନ ), କୃଷ୍ଣ ପ୍ରସାଦ ଭୋଇ (ରୁଗୁଡିପାଲି ),ପୂର୍ଣ୍ଣ ଚନ୍ଦ୍ର ପୁଟେଲ (କଣ୍ଟାମାଳ )ଓ ସାମ୍ବାଦିକ ଭାର୍ଜନ ପ୍ରଧାନ, ସୀତାକାନ୍ତ ସିଂ, ଦେବାଶିଷ ମଲିକ ଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା |କମିଟିର ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ସାହୁ ସଭାକୁ ସଂଯୋଜନା କରିଥିଲେ |କମିଟି ର ସହ ସମ୍ପାଦକ ଅଂଶୁମାନ କର୍ମୀ କାର୍ଯ୍ୟକ୍ରମ ପରିଚାଳନା କମିଟି ର ଚିନୁ ପ୍ରଧାନ, ବିଶ୍ୱଜିତ ପଣ୍ଡା,ରାମଚନ୍ଦ୍ର ମଲିକ, ଗୋପାଳ କୃଷ୍ଣ ପ୍ରଧାନ, ତରଣୀ ପ୍ରଧାନ, ରବୀନ୍ଦ୍ର ସାହୁ,ଶରତ ଖମାରୀ ମୁନା, ଚନ୍ଦନ, ସୁଜିତ, ମନୋରଞ୍ଜନ ପରିଚାଳନାରେ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button