Entertainment
ସେବକ ଜରା ନିବାସରେ ଅନ୍ତେବାସୀଙ୍କୁ ସେବା ଦାନ।


ବଡ଼ଚଣା ବ୍ଲକ ଛତିଆ ନିକଟସ୍ଥ ସୋଲର ସେବକ ଜରା ନିବାସ ର 200ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଙ୍କୁ ଜାଗାର ଚାକର ସଂଘ ପକ୍ଷରୁ ବିଭିନ୍ନ ସେବା ପ୍ରଦାନ କରାଯାଇଥିଲା।
ସଙ୍ଘ ପକ୍ଷରୁ ଛତିଆ ବଟ ମନ୍ଦିର ନିକଟରୁ ଏକ ସଙ୍କୀର୍ତ୍ତନ ପଦଯାତ୍ରା ରେ ଛତିଆ ବଜାର ପରିକ୍ରମା କରିବା ପରେ ସୋଲର ସ୍ଥିତ ସେବକ ଜରା ନିବାସ ରେ ପହଞ୍ଚି ଥିଲେ, ହିପରେ ଆଶ୍ରମ ପରିସର ପରିଷ୍କାର ପରିଚ୍ଛନ୍ନ କରିବା ସହିତ ଅନ୍ତେବାସୀ ଙ୍କୁ ଖାଦ୍ୟ ସେବା ସଙ୍ଘ ପକ୍ଷରୁ ପ୍ରଦାନ କରାଯାଇଥିଲା। ସଙ୍ଘ ର କାର୍ଯ୍ୟକ୍ରମ ସମ୍ପର୍କରେ ପୁରୀ,କଟକ,ଯାଜପୁର,ବାଲେଶ୍ଵର ,ଖୋର୍ଦ୍ଧା ପ୍ରମୁଖ ଜିଲ୍ଲା ରୁ ବହୁ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମର ସୂଚନା ଦେଇ ଥିଲେ ସଭାପତି ସଦାନନ୍ଦ ସାହୁ।




