Politics

ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ତରଫରୁ ଏକ ଦିବସୀୟ ସାମୁହିକ ଉପବାସ ଅନୁଷ୍ଠିତ ହେଇ ଯାଇଛି


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବିଧାନସଭା ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଆମ୍ ଆଦମୀ ପାର୍ଟି ତରଫରୁ ଏକ ପ୍ରତିବାଦ ସଭା ଓ ସାମୁହିକ ଅନଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟତଃ ଆପ ଦଳ ର ନେତା ମାନଙ୍କୁ ବିନା କୌଣସି ପ୍ରମାଣ ନଥାଇ ରାଜନୈତିକ ଅଭିସନ୍ଧି ରଖି ପ୍ରଥମେ ସାତ୍ୟେନ୍ଦ୍ର ଜୈନ,ତାପରେ ମନୀଷ ସିଶୋଡିଆ,ସଞ୍ଜୟ ସିଂହ ଏବଂ ଗତ ସପ୍ତାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ଗିରଫ କରି ଜେଲ ପଠାଇବା ପ୍ରତିବାଦରେ ଏହି ସଭା ଓ ସାମୁହିକ ଉପବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବକ୍ତା ମାନେ ମୋଦି ସରକାର ଏଲେକ୍ଟ୍ରୋଲ ବଣ୍ଡ୍ ମାଧ୍ୟମରେ ଶହ ଶହ କୋଟି ଟଙ୍କା ଚାନ୍ଦା ଆଦାୟ କରିଛି ଏବଂ ଏହି ଖବର ଯେତେବେଳେ ପ୍ରଘଟ ହେବାରେ ଲାଗିଲା ତାକୁ ନଜର ହଟେଇବା ପାଇଁ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ମୋଦୀ ସରକାର୍ ର ଦଲାଲ୍ ସାଜିଥିବା ଇଡି ସଂସ୍ଥା ମାଧ୍ୟମରେ ଗିରଫ କରାଯାଇଥିଲା , ଆଚରଣ ବିଧି ଲାଗିଥିଲେ ମଧ୍ୟ ତାକୁ ବେଖାତିର କରି ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନ କୁ ହତ୍ୟା କରିଛି ମୋଦୀ ସରକାର୍ ବୋଲି ସିଧା ସଳଖ ଟାର୍ଗେଟ କରିଥିଲେ କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ , ଦ୍ଵିତୀୟରେ ଆପ ର ଏହି ବଡ଼ ନେତା ମାନେ ଜେଲ ରେ ରହିଲେ ଆଗାମୀ ଦିନରେ ନିର୍ବାଚନର ପ୍ରଚାର ପ୍ରସାର କରି ପାରିବେନି ଏବଂ ଭାରତ କୁ ବିରୋଧୀ ଶୁନ୍ୟ କରିବା ପାଇଁ ନରେନ୍ଦ୍ର ମୋଦି ଙ୍କ ପ୍ରଚେଷ୍ଟା ଚାଲିଛି ବୋଲି ଜିଲ୍ଳା ଆବାହକ ସତ୍ୟ ମାହାର୍ ବିଜେପି କୁ କଡ଼ା ସମାଲୋଚନା କରିଥିଲେ।ବିଜେପି ର ସବୁଠୁ ବଡ଼ ଡର ହେଉଛି ଆପ ର ଲୋକପ୍ରିୟତା ବୃଦ୍ଧି ଓ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ଉନ୍ନତ ମାନର ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ନେବା ଆଉ ଖୁବ୍ କମ୍ ଦିନ ରେ ଜାତୀୟ ଦଳ ର ମାନ୍ୟତା ପାଇବା ଏହା ହଉଛି ବିଜେପି ଡରିବାର କାରଣ, ଯଦି ଆଗମୀ ଦିନ ରେ ମୋଦୀ ସରକାର୍ ଏଭଳି ଜୁଲମ୍ କାର୍ଯ୍ୟରୁ ନିବୃତ ନ ରୁହେ ତାହାଲେ ଦେଶ ବ୍ୟାପି ଆନ୍ଦୋଳନ ତୀବ୍ରତର ହେବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ, ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ, ଜିଲ୍ଲା ଆବାହକ ସତ୍ୟ ମାହାର, ଜିଲ୍ଲା ଯୁବ ସଭାପତି ଅଗଷ୍ଟ ନାଏକ, ଟାଉନ ସଭାପତି ଦୂର୍ଜନ୍ ବାଗ୍, ଆପ ଯୁବ ନେତା ତଥା ଲକ୍ଷ୍ମୀପୁର ସରପଞ୍ଚ ଶ୍ରୀ ରମେଶ ନାଏକ, ସିମାଞ୍ଚଲ୍ ନାଏକ, ଲତା ରାଣୀ ସାହୁ, ନମିତା ବାଗ, ମାଇନୋରିଟି ଜିଲ୍ଲା ସଭାପତି ମହମ୍ମଦ ଅଜିଜ୍, ଜଗତରାମ୍ ପଟେଲ୍ ପ୍ରମୁଖ ଯୋଗ ଦେଇଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button