ଝଙ୍କଡ ରେ ଶେଷହେଲା ଦୋଳପର୍ବ ଓ ଯମୁନାସ୍ନାନ ଉତ୍ସବ


ତିର୍ତ୍ତୋଲ( ଝଙ୍କଡ଼ )ସାଧାରଣତଃ ଦୋଳ ପର୍ବ ଗୌଡିୟବୈଷ୍ଟମ୍ବ ପରମ୍ପରାରେ ରାଧାକୃଷ୍ଣ ଙ୍କୁ ଶୋଭିତ ବିମନରେ ବସାଇ ଗ୍ରାମ୍ୟ ଭ୍ରମଣ କରାଯାଇଥାଏ ! ମାତ୍ର ବିଗତ ଫାଲଗୁନ କୃଷ୍ଣପକ୍ଷ ଦଶମୀ ଠାରୁ ଆରମ୍ଭ ହେଇଥିବା ଦୋଳପର୍ବ ଉପଲକ୍ଷେ, ବୈଷ୍ଣବୀୟ ପରମ୍ପରା ରେ, ମା ଶାରଳା ଙ୍କ ଚଳନ୍ତିପ୍ରତିମା ଙ୍କୁ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ, ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇ ବିଭିନ୍ନପୂଜା ମଣ୍ଡପରେ ସ୍ୱଳ୍ପ ସମୟ ପାଇଁ ଅବସ୍ଥାପିତ କରାଯାଇ ପୂଜା କରାଇବା ସହିତ, ମାଆଙ୍କର ପ୍ରାଚୀନ ପୀଠ ସ୍ଥଳି, ବଡ଼ଶାରୋଳ ଗ୍ରାମର ଲଣ୍ଡା ଦେଉଳ ଠାରେ, ଦୋଳ ପୂର୍ଣ୍ଣିମା ଦିନ ମେଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଯଥାରୀତି ଅନୁସାରେ ଦଶଘଟ ସହିତ ମାଆଙ୍କୁ ଦୋଳ ମଣ୍ଡପ ରେ ଝୁଲାଇବା ପରେ, ଚଳିତ ବର୍ଷର ନୂଆପାଞ୍ଜି ପାଠ କରାଯାଇଥିଲା । ଉଦଯାପନୀ ଉତ୍ସବର ସଂଧ୍ୟାରେ, ମାଆଙ୍କ ସହିତ ମୁଳିସିଂହ ର ରସିକିଲାଲ ଓ କନକପୁରର ଗୋବିନ୍ଦଜୀଉ ଠାକୁର ଙ୍କ ବିମାନ ଦୋଳ ମଣ୍ଡପ ରେ ବିଜେ କରିବା ପରେ ଯମୁନାସ୍ନାନ କରାଯାଇ , ଠାକୁରମାନେ ସ୍ଵପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିରେ ମାଆଙ୍କ ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡା ଙ୍କ ସମେତ, ସେବାୟତ , ବୈଷ୍ଣବ ଓ ଛତିଶା ନିଯୋଗର ସେବାକାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା। ସୂଚନା ଯୋଗ୍ୟ ଯେ, ମା ଶାରଳା ଠାକୁରାଣୀ , ଏକାଧାରାରେ ନିତ୍ୟଚଣ୍ଡୀ ଓ ପରମବୈଷ୍ଣବୀ ହୋଇଥିବାରୁ, ଏଠାରେ ଆବହମାନ କାଳରୁ, ବୈଷ୍ଣବଧର୍ମର ସମସ୍ତ ନୀତି କାନ୍ତି , ପର୍ବପର୍ବାଣୀ ଓ ଯାନିଯାତ୍ରା ବୈଦିକ ରୀତିନୀତି ଓ ବିଧିବିଧାନ ପରମ୍ପରା ଅନୁଯାୟୀ ପାଳନ କରାଯାଇଥାଏ ।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




