ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,


କଣ୍ଟାମାଳ,୨୮/୦୩ ,( ପ୍ରଭାତ କୁମାର ସାହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଖଟଖଟିଆ ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି, !ସକାଳ ଆଠଟାରୁ ମା ପନ୍ଥେଇଙ୍କ ପୀଠରେ ପୂଜାର୍ଚ୍ଚନା ପରେ ନାମ ସଙ୍କୀର୍ତ୍ତନ, ପତର ସଉରା, ଦୁଲ ଦୁଲି ବାଜା ସହିତ ଛାତ୍ରଛାତ୍ରୀଙ୍କ ଗହଣରେ ଏକ ବିଶାଳ ମଶାଲ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରଯାଇଥିଲା ।ସ୍ଥାନୀୟ ଯୁବ ସମାଜସେବୀ ବିଜିତ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ବାର୍ଷିକୋତ୍ସବର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ମଧ୍ୟାହ୍ନ ବାରଟା ସମୟରେ ସମସ୍ତ ଅପା,ଭାଇମାନଙ୍କୁ ନେଇ ପାଠ୍ୟ ଚକ୍ର ଅନୁଷ୍ଠିତ ହୋଇଥିଲା। ଭଉଣୀ ସାଗରିକା ପ୍ରଧାନ ଦୁର୍ଗା ସ୍ତୋତ୍ର ଓ ମାତୃ ମନ୍ତ୍ର ଆବୃତ୍ତି କରିଥିଲେ,ରାମ ପ୍ରସାଦ କର୍ଣ୍ଣ( ଜିଲ୍ଲା ସଂଯୋଜକ ପାଠ ଚକ୍ର ,ବୌଦ୍ଧ)ସ୍ବାଗତ ଅଭିଭାଷଣ ରଖିଥିଲେ, ଆଲୋଚୋକ ଭାବେ ଗୌରୀ ପ୍ରସାଦ ସାହୁ,ବିରେନ୍ଦ୍ର ଭୂଷଣ ମେଣ୍ଡିଲି, ଦିଲ୍ଲୀପ କୁମାର କର୍ଣ୍ଣ ପ୍ରମୁଖ ଯୋଗଦେଇ ପୂର୍ଣ୍ଣାଙ୍ଗ ଶିକ୍ଷା ର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ,ଏହି ଅବସରରେ ଅତିଥି ମାନେ ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଦର୍ଶ ନାଗରିକ ଭାବେ ନିଜକୁ ଗଢି ତୋଲିବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ, ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ( ଜିଲ୍ଲା ପରିଷଦ ବୌଦ୍ଧ ବ୍ଲକ୍ ଉପାଧକ୍ଷ )ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ, (ଭଞ୍ଜ ନଗର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର) ର ବିବେକ ଭାଇ ମୁଖ୍ୟ ବକ୍ତା,ରାମ ପ୍ରସାଦ କର୍ଣ୍ଣ, ସମାଜସେବୀ ରାଧାକାନ୍ତ ମହାଳିକ , ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟା ପୀଠର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଯଜ୍ଞସେନି ଖେତୀ , ସି ଆର ସି ସି ଶଶାଙ୍କ ପୋଢ଼, ସ୍କୁଲ ପରଚାଳନା ସଭାପତି ଗଣେଶ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ,ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଟ୍ରଫି, ମାନପତ୍ର,ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା,ସମସ୍ତ କାର୍ଯକ୍ରମ କୁ ଅନୁଷ୍ଠାନର ଉପଦେଷ୍ଟା ରଂଜନ କୁମାର ପାତ୍ର ସଂଯୋଜନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସୁରେନ୍ଦ୍ର କର୍ଣ୍ଣ ପରିଚାଳନା କରିଥିଲେ,ସ୍କୁଲର ଅଧକ୍ଷ ଜଗନ୍ନାଥ କ୍ଷେତି,ସଂପାଦକ ଲଳିତ କୁମାର ବସ୍ତିଆ, ନେପାଳ ଚନ୍ଦ୍ର ପଲିଆ, ସତ୍ୟ ନାରାୟଣ ଖେତି, ସୁମିତ ସାହୁ,ମନୋଜ ସେଠୀ, ଗୁପ୍ତେଶ୍ୱର ଖେତି,ସଙ୍ଗୀତା ଅପା ,କଲ୍ୟାଣୀ, ଅନୂଷୟା,ମମତା ଙ୍କ ସହୋଯୋଗ ରେ ସଫଳ ହେଇଥିଲା,କୁନି କୁନି ପିଲା ଙ୍କ ସମ୍ବଲପୁରୀ,ରସରକେଲି, ମାଇଲା ଜଡ,ଭଜନ ରେ ଦର୍ଶକମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ।ଶେଷରେ ବାମଦେବ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ,କାର୍ଯ୍ୟକ୍ରମକୁ ତ୍ରିପୁରାରୀ ,ଲଖପତି,ସିପୁନ, ଶୁକ୍ରୁ, ରାଜିବ, ନିରୋଦ୍,ହିମାଂଶୁ, ସୁଜିତ୍ , ପ୍ରଭାଂଶୁ,ତ୍ରିନାଥ, ମନ୍ଥନ ପ୍ରମୁଖ ଓ ସାଥି ମାନେ ସହଯୋଗ କରିଥିଲେ,




