Entertainment

ସୋଲର ସ୍ଥିତ ଉଦାସ ଆଶ୍ରମ ରେ ଏକ ସ୍ୱତନ୍ତ୍ର ଢଙ୍ଗ ରେ ହୋଲି ଉତ୍ସବ ପାଳନ

ସୋଲର ସ୍ଥିତ ଉଦାସ ଆଶ୍ରମ ରେ ଏକ ସ୍ୱତନ୍ତ୍ର ଢଙ୍ଗ ରେ ହୋଲି ଉତ୍ସବ ପାଳନ କରାଯାଇଅଛି, ମଠା ଧୀଶ ସ୍ୱାମୀ ଯଂଜ୍ଞ ସ୍ୱରାନନ୍ଦ ମହାରାଜ ପାଳୁଅ ଶ୍ରୀ କର୍ପୁର ଚନ୍ଦନ କୁଙ୍କୁମ ଅଗରୁ ମିଶ୍ରିତ ଏକ ଅଭିର ପ୍ରସ୍ତୁତ କରି ପ୍ରଭୁ ଶୂନ୍ୟ ବାସି ଓ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଏହି ଅଭିର ଲାଗି କରାଯାଇ ସମସ୍ତ ଭକ୍ତ ଙ୍କୁ ପ୍ରଦାନ କରିଥିଲେ, ସତସଙ୍ଗ ମାଧ୍ୟମ ରେ ପବିତ୍ର ହୋଲି ପର୍ବ ଉତ୍ସବ ର ସାର ମର୍ମ ଗୁରୁ ବାଦ ଉପରେ ପ୍ରବଚନ ପ୍ରଦାନ କରିଥିଲେ, ଏହି ଅଭିର ଲଗାଇବା ଦ୍ୱାରା ଆମେ ସୁସ୍ଥ ଓ ନିରୋଗହେବା ବୋଲି କହିଥିଲେ, ଠାକୁର ପୂଜା ଗୁରୁ ପୂଜା କରାଯାଇ ଭକ୍ତ ଙ୍କୁ ପ୍ରସାଦ ବିତରଣ କରାଯାଇଥିଲା, ଏହାକୁ ଆଶ୍ରମ ର ଗୋପାଳ ପ୍ରସାଦ କୁହାଯାଏ, ପଖାଳ ଦହି ସହିତ 42ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭକ୍ତ ମାନଙ୍କୁ ଦିଆଯାଇଥିଲା, ଉଦାସ ପନ୍ଥୀ ଭକ୍ତ ସମୂହ ପରିବା ଅମଣିଆ ଓ ପାକ ପ୍ରସ୍ତୁତି ରେ ସହଯୋଗ କରିଥିଲେ ଶଶୀ ଭୂଷଣ ନାୟକ ଦିବାକର ସାହୁ ରାକେଶ ପାତ୍ର ସନ୍ତୋଷ ସାହୁ ପଦନ ସାହୁ ନୀଳମଣି ପଣ୍ଡା ଜଗନ୍ନାଥ ତ୍ରିପାଠୀ ପଦ୍ମ ଲୋଚନ ଦାଶ ସାରଦା କାନ୍ତ ମିଶ୍ର ରଞ୍ଜନ ଖଣ୍ଡାୟତ, ଆଶ୍ରମ ର ସେବକ ଦିବ୍ୟ ଲୋଚନ ଦାଶ ଓ ଟୁଲୁ ବାବା ସତ୍ୟ ଲୋଚନ ଦାଶ ସମସ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ, ପ୍ରଫେସର ନୀଳକଣ୍ଠ ରାଉତ ଆଇନୀ ଜୀବି କରୁଣା କର ଜେନା ଡାକ୍ତର ସୁବ୍ରତ ଜେନା ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସାମ୍ବାଦିକ ବେଣୁଧର ପଣ୍ଡା ପ୍ରସନ ବିଶ୍ୱାଳ ଙ୍କ ସମେତ ବହୁ ଜ୍ଞାନୀ ଗୁଣି ବ୍ୟକ୍ତି ମାନେ ଯୋଗ ଦେଇ ହୋଲି ଉତ୍ସବ ପାଳନ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button