ଖଇଫୁଟା ମହାପୁରୁଷ ଙ୍କ ଯଜ୍ଞ ର ଉଦଯାପନୀ ଦିବସ


ତିର୍ତ୍ତୋଲ :-(ଶଙ୍ଖେଶ୍ୱର )ମାଳିକା ବର୍ଣ୍ଣିତ ଖଇଫୁଟା ମହାପୁରୁଷଙ୍କ ପୀଠରେ ଆୟୋଜିତ ହୋଇଥିବା ଚାରି ଦିନିଆ ବିଶ୍ଵଶାନ୍ତି ଯଜ୍ଞ ଗତ ୨୪/୩/୨୪ ରୁ ଆରମ୍ଭ ହୋଇ ୨୭/୩/୨୪ ରେ ଉଦଯାପନ ହୋଇଯାଇଛି ! ଏହି ଯଜ୍ଞ ରେ କର୍ତ୍ତା ଭାବେ ବିଜୟ କୁମାର ବିଶ୍ୱାଳ ଓ କର୍ତ୍ତ୍ରୀ ଭାବେ ଧରିତ୍ରୀ ପରିଡା ଉଭୟ ପତିପତ୍ନୀ ଥିବା ବେଳେ ଆଞ୍ଚଳିକ ଜନକଲ୍ୟାଣ ସମିତି ର କାର୍ଯ୍ୟକର୍ତ୍ତା ମାନେ ଏହାର ଗୁରୁ ଦାୟିତ୍ୱ ବହନ କରିଥିଲେ !ଉଦଯାପନୀ ଉତ୍ସବରେ ପ୍ରବଚକ ଥିଲେ ପଣ୍ଡିତ ଚରଣ ପାର୍ଥସାରଥୀ ଓ ସାଥିମାନେ !ଆୟୋଜକ ସମିତିର ସଭାପତି ବିଜୟ କୁମାର ବିଶ୍ୱାଳ, ଉପସଭାପତି ବାଙ୍କବିହାରୀ ଦାଶ,ସମ୍ପାଦକ ଅଜୟ କୁମାର ସାହୁ, ସହ ସମ୍ପାଦକ ନିରଞ୍ଜନ ଜେନା, କୋଷାଧକ୍ଷ ଅଶୋକ କୁମାର ମହାପାତ୍ର ଙ୍କ ତତ୍ୱାବଧାନରେ ଏହି ଯଜ୍ଞ ବାର ବର୍ଷ ପୂର୍ଣ୍ଣ କରି ତ୍ରୟୋଦଶ ବର୍ଷରେ ପଦାର୍ପଣ କରିଛି ! ବରିଷ୍ଠ ସଦସ୍ୟ ମଣ୍ଡଳୀ ମାନଙ୍କ ମଧ୍ୟରେ ବଟକୃଷ୍ଣ ସାହୁ,ସୁବାସ ମହାପାତ୍ର,ପ୍ରଦୀପ୍ତ ମହାପାତ୍ର,ନରେନ୍ଦ୍ର ସାହୁ, ଉତ୍ତମ ସାହୁ,ଅନାମ ମହାନ୍ତି,ଶରତ ସାହୁ,ଟୁକୁନା ସାହୁ ଓ ବିରାଜ ମହାପାତ୍ର ପ୍ରମୁଖ ଯଜ୍ଞର ଆବାହକ ଥିଲେ !ବୈଦିକ ଯଜ୍ଞ କର୍ମର ପୁରୋଧା ଥିଲେ ପଣ୍ଡିତ ନିରଞ୍ଜନ ଦାଶ ଓ ତାଙ୍କର ସହଯୋଗୀ ପଣ୍ଡିତ ମାନେ !ଦୈନିକ ହଜାର ହଜାର ଭକ୍ତ ଉପସ୍ଥିତ ରହି ଯଜ୍ଞ ଦର୍ଶନ କରିବା ସହିତ ଖାଇଫୁଟା ମହାପୁରୁଷ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ !ଏହାପରେ ଏହି ପୀଠରେ ଦୋଳ ମେଳଣ ଓ ଯାତ୍ରା ପାର୍ଟି ଦ୍ୱାରା ମୁକ୍ତମଞ୍ଚ ନାଟକ ପରିବେଷଣ ହେବାର ଅଛି ! ବାରମାସରେ ଏହି ପୀଠରେ ଜନସମାଗମ ଓ ଯାନିଯାତ୍ରା ଲାଗି ରହିଥିଲେ ବି ପ୍ରଶାସନର ଅଢୁଆଳରେ ରହି ଯାଇଛି ଏହି ପୀଠ ! ନା ଏଠାରେ ଭଲ ଶୌଚାଳୟ ଅଛି ନା ରହିଛି ବିଶ୍ରାମକକ୍ଷ ! ଠିକାଦାରୀରେ ହୋଇଥିବା ଘର ପାଇଁ ୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ବି ପୁରୁଣା ଘରର କାନ୍ଥ କୁ ମିଶେଇ ନିମ୍ନ ମାନର ଘର ତିଆରି କରି ବିଲ କରି ସାରିଛନ୍ତି ଏବଂ ଶୌଚାଳୟ ପାଇଁ ଫଳକ ନଥାଇ ଅସମ୍ପୂର୍ଣ୍ଣ ଭାବେ ବିଲ କରାଯାଇ ଧର୍ମକୁ ଆଖିଠାର ମାରିଛନ୍ତି ଗୋପାଳପୁର ସରପଞ୍ଚ ଓ ନୋମିନି ମହାଶୟ !ଏହି ବାବଦରେ ତାଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ନ ଉଠେଇବା କିଛି ମିଛ ଉପରେ ପରଦା ପକେଇବା ପରି ବୋଧ ହେଉଥିଲା ! କମିଟି ତରଫରୁ ପ୍ରଶାସନଙ୍କୁ ଏହି ପୀଠର ଉନ୍ନତିକରଣ ପାଇଁ ନିବେଦନ କରା ଯାଇଛି !ଦେଖିବାକୁ ରହିଲା ପ୍ରଶାସନ କି ପ୍ରକାର ଉନ୍ନତି କରଣ ର ଗୁରୁତ୍ୱ ବହନ କରୁଛି !




