Entertainment

ତ୍ରିନାଥ ଦେବଙ୍କ ୨୧ତମ ବାର୍ଷିକୋତ୍ସବ

 

ଢେଙ୍କାନାଳ, ୨୭/୩: ଢେଙ୍କାନାଳ ଭାଗିରଥ ସାଗର କୂଳରେ ଥିବା ଶ୍ରୀଶ୍ରୀ ତ୍ରିନାଥ ଦେବଙ୍କ ୨୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପ୍ରାତଃ ମଙ୍ଗଳ ଆଳତୀ, ଦୈନିକ ପୂଜା ଆରମ୍ଭ ପରେ ସୂର୍ଯ୍ୟପୂଜା, ମଣ୍ଡଳ ପୂଜା, ତ୍ରିନାଥ ଦେବଙ୍କର ଯଜ୍ଞ ପୂଜା ସହିତ ବିଭିନ୍ନ ଭୋଗ ସାମଗ୍ରୀ ଲାଗି କରାଯାଇଥିଲା । ମଧ୍ୟାହ୍ନ ସମୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ପୂଜକ ଲିଙ୍ଗରାଜ ପତି, କର୍ତା ଅରୁଣ କାମିଲ୍ୟା, କର୍ତୀ ସଙ୍ଗୀତା କାମିଲ୍ୟା ପୂଜାକୁ ସୂଚାରୁ ରୂପେ ପାଳନ କରିବା ସହିତ ମୁଖ୍ୟ ପ୍ରତିଷ୍ଠାତା ଚନ୍ଦ୍ରମଣି ରାଉତ, ଆବାହକ ଅଶୋକ କୁମାର ସାହୁ, ସଭାପତି ନିରଜ ରଥ, କୋଷାଧ୍ୟକ୍ଷ ଜୟନ୍ତ କୁମାର କରଙ୍କ ସମେତ ବହୁ ସଦସ୍ୟଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଥିଲା । ପୂଜାକୁ ସହଯୋଗ କରିଥିଲେ ଅନିଲ୍ କୁମାର ନନ୍ଦ । ସଂକୀର୍ତନ ମଣ୍ଡଳୀ ଦ୍ବାରା ସଂକୀର୍ତନ ପରିବେଷଣ କରାଯାଇଥିଲା ।

Related Articles

Back to top button