Entertainment

ବୈରୀ ଗୋପୀନାଥ ଜୀଉ ପବିତ୍ର ଫଗୁ ଦଶମୀ ରେ ଫଗୁ ଖେଳିବା ସହିତ ପାରମ୍ପରିକ ରୀତି ନୀତିରେ ଝୁଲଣ ଯାତ୍ରା

 

ସହସ୍ରାଧିକ ବର୍ଷ ତଳେ ବୈରୀ ଗୋପୀନାଥ ଜୀଉ ପବିତ୍ର ଫଗୁ ଦଶମୀ ରେ ଫଗୁ ଖେଳିବା ସହିତ ପାରମ୍ପରିକ ରୀତି ନୀତିରେ ଝୁଲଣ ଯାତ୍ରା ଓ ବୈରୀ ଯାଦବ ମହା ସଭା ପକ୍ଷରୁ ଲଉଡ଼ି ଖେଳ ରାଧା କୃଷ୍ଣ ଜୀଉ ଙ୍କ ଯୁଗଳ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଥାଏ,ଆଜି ବୈରୀ ବାଲି ସାହି ସ୍ଥିତ ଭାଗବତ ଗାଦି ରୁ ରାଧା କୃଷ୍ଣ ଙ୍କୁ ବିମାନ ରେ ବିରାଜ ମାନ କରାଇ ନାମ ସଂକୀର୍ତନ କରି ଗ୍ରାମ ପରିକ୍ରମା କରାଯାଇଥିଲା, ବିଭିନ୍ନ ସ୍ଥାନରେ ଭୋଗ ଅର୍ପଣ କରାଯାଇଥିଲା, ଆତସ ବାଜି ପ୍ରଦର୍ଶନୀ କରି ଦୋଳ ମଣ୍ଡପ ନିକଟ କୁ ଅଣାଯାଇଥିଲା, ମେଲଣ ପଡିଆ ରେ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ଝୁଲଣ ଯାତ୍ରା ଉପଭୋଗ କରିଥିଲେ, ଆୟୋଜକ ମଣ୍ଡଳୀ ତ୍ରିଲୋଚନ ନାୟକ ଗୋବିନ୍ଦ ମହାରଣା ନାରାୟଣ ଶାସମଲ ମାନସ ନାୟକ ଦୁଃଶାସନ ବାରିକ ସପନେଶ୍ୱର ମଲିକ ଓ ବୈରୀ ଦଳିତ ସାହି ର ଉଦୀୟମାନ ଯୁବ ଗୋଷ୍ଠୀ ଉକ୍ତ ମେଲଣ ଯାତ୍ରା କୁ ପରିଚାଳନା କରିଥିଲେ, ତଳ ବୈରୀ ଦୋଳ ମଣ୍ଡପ ରେ 28ତାରିଖ ଠାରୁ 30ତାରିଖ ପର୍ଯ୍ୟନ୍ତ 3ରାତ୍ର ବ୍ୟାପି ପାର୍ବତୀ ଗଣ ନାଟ୍ୟ ଯାତ୍ରା ପ୍ରଦର୍ଶନ କରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଅଛି, ବୈରୀ ପଦ୍ମ ନାଭ ପୁର ଶାସନ ରେ ପଞ୍ଚ ଦିନ ବ୍ୟାପି ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି, ଉଦଯାପନୀ ଦିନ କୁନି କୁନି କଳାକାର ଙ୍କ ଦ୍ୱାରା ନୃତ୍ୟ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା, ବହୁ ବରିଷ୍ଠ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button