Entertainment

ବୌଦ୍ଧ ରେ ନିଆଁ ରା ଢଙ୍ଗ ରେ ହୋଲି ପର୍ବ ପାଳନ ବୃଦ୍ଧବୃଦ୍ଧା ମାନଙ୍କ ମୁହଁ ରେ ହସ ଫୁଟେଇଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ

ବୌଦ୍ଧ 26/3(ଚିତ୍ତ ରଞ୍ଜନ ସିଂ ) ରଙ୍ଗ ତଥା ଭାଇ ଚାରାର ପର୍ବ ହୋଲି । ହୋଲି ଉତ୍ସବରେ ସାରା ବୌଦ୍ଧ ଜିଲ୍ଲା ଉତ୍ସବ ମୁଖର ହୋଇଛି । ସମସ୍ତେ ନିଜ ସାଙ୍ଗସାଥି ବନ୍ଧୁ ପରିଜନଙ୍କ ସହ ଭୋଜିଭାତ କରି ହୋଲି ପର୍ବ ପାଳନ କରୁଥିବା ବେଳେ ହରଭଙ୍ଗା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ନିଆରା ଢଙ୍ଗରେ ହୋଲି କୁ ପାଳନ କରାଯାଇଛି । ଆସୋସିଏସନର ସଦସ୍ୟ ମାନେ ଚାରିଛକ ସ୍ଥିତ ବନଦୁର୍ଗା ଜରାଶ୍ରମ ରେ ପହଂଚି ସେଠାରେ ରହୁଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କ ଚରଣରେ ପୁଷ୍ପ ଓ ଅବିର ଦେଇ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଜରାଶ୍ରମର ଅନ୍ତେବାସୀଙ୍କୁ ମିଠା ଓ ଫଳ ଦେଇ ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏକ ଛୋଟ ପ୍ରୟାସ କରିଛନ୍ତି । ଆସୋସିଏସନ ପକ୍ଷରୁ ଦିନ ତମାମ ଏହି ଜରାଶ୍ରମରେ ରହି ହୋଲି ଉତ୍ସବକୁ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ବୌଦ୍ଧ ରିପୋର୍ଟର ଭାଗବତ ମେହେର ଆମ ସହ ଅଧିକ ଆଲୋଚନା କରିଛନ୍ତି ।

Related Articles

Back to top button