Entertainment

ପବିତ୍ର ହୋଲି ଉତ୍ସବରେ ବ୍ୟକ୍ତିବିଶେଷଙ୍କ ହୋଲି ଖେଳ.

ଭୁବନେଶ୍ୱର ଆଜି ପବିତ୍ର ହୋଲି ଉତ୍ସବ ଚାରିଆଡେ ସମସ୍ତେ ରଙ୍ଗ ବୋଲାବୋଳି ହେବା ସହ ପଣା, ଆଳୁଦମ ଦହିବରା, ଗୁପଚୁପ, ବରା ତରକାରୀ ଇତ୍ୟାଦି ଖାଦ୍ୟର ମଜା ଉଠାଇଥିଲେ. ଏହି ପରିପେକ୍ଷୀରେ ବହୁ ବ୍ୟକ୍ତି ବିଶେଷଙ୍କ ମୁହଁରୁ ହୋଲି ଖେଳକୁ ନେଇ ଜନସାଧାରଣକୁ ଭାଇଚାରାର ବାର୍ତା ଦିଆଯାଇଛି. ମଧ୍ୟ ଭୁବନେଶ୍ୱରର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ବାର୍ତ୍ତାରେ ସମସ୍ତଙ୍କ ସୁଖ, ସୁସ୍ଥ କାମନା କାରି ମଧୁରତା ଓ ପ୍ରଭୁଙ୍କ ପ୍ରତି ଅତ୍ମୀୟତା ରଖିବା ପାଇଁ ଆହ୍ୱାନ ଦେଇଥିଲେ. ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କହିବା ଅନୁଯାଇ ଦୁଇଟି ଗଣପର୍ବ ପାଳନ କରାଯାଏ ଗୋଟିଏ ଆଲୋକର ପର୍ବ ଦୀପାବଳି ଓ ଅନ୍ୟଟି ରଙ୍ଗ ଭାଇଚାରା ପର୍ବ ହୋଲି. ସମସ୍ତେ ଭେଦ ଭାବ ଭୁଲି କୋଳାଗ୍ରତ ହୋଇ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ଆଗକୁ ନେବା ପାଇଁ ଆହ୍ୱାନ ଦେଇଥିଲେ ମନ୍ତ୍ରୀ ଶ୍ରୀ ପଣ୍ଡା. ଆବାଳ ବୃଦ୍ଧ ବନିତା ସମସ୍ତେ ମିଳିମିଶି ରଙ୍ଗରେ ରଙ୍ଗେଈ ହୁଅନ୍ତୁ ଭାଇଚାରା ବଢ଼ାନ୍ତୁ ବୋଲି କହିଛନ୍ତି 53ନଂ ୱାର୍ଡର କର୍ପୋରେଟର ମହାମାୟା ସ୍ୱାଇଁ. ଆର୍ଟିଫିସିଆଲ ହୋଲି ନ ଖେଳି ନିଆରା ରଙ୍ଗ ରେ ହୋଲି ଖେଳି ପବିତ୍ର ହୋଲି ଖେଳ ହେଉ ଭାଇଚାରା ବଢୁ ଓ ମୋ ୱାର୍ଡ ବାସୀଙ୍କ ମଙ୍ଗଳ ହେଉ ବୋଲି କହିଛନ୍ତି 36ନଂ ୱାର୍ଡର କର୍ପୋରେଟର ଅଲିଅଳି ମଲିକ. ପ୍ରଭୁ ଜଗନ୍ନାଥ ଆଶୀର୍ବାଦ ଦିଅନ୍ତୁ ସମସ୍ତଙ୍କ ମଙ୍ଗଳ ହେଉ ଗଣ ପର୍ବ ହୋଲି ଖୁସି ଆଣୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button