Entertainment

ପବିତ୍ର ଦୋଳପୂର୍ଣ୍ଣମୀ ତିଥିରେ ଉତ୍ତାରଣ ଗ୍ରାମରେ ଦୋଳ ମେଳଣ ଅନୁଷ୍ଠିତ

କଣ୍ଟାପଡ଼ା ବ୍ଳକ ଉତ୍ତାରଣ ଗ୍ରାମରେ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି। ଏହି ମେଳଣ ପାଇଁଫଗୁଦଶମୀଠାରୁ ସବୁ ଜୀଉମାନଙ୍କୁ ଅଭିର ଦିଆଯାଇନିମନ୍ତ୍ରିତ କରାଯାଇଥାଏ । ଏକାଦଶୀ ଦିନ ରାତିରେ ହରିହର ଭେଟ ହୋଇସାରିବାପରେ ହରଙ୍କୁ ଦାୟିତ୍ୱ ଦେଇ ହରିମେଳଣ ଙ୍କୁ ବାହାରିଥାନ୍ତି । ଏକାଦଶୀ ତିଥିଭୋରୁଝୁମଣରେ ଆସି ମେଳଣ ପଡ଼ିଆରେ ସବୁଜୀଉମାନେ ଏକତ୍ରିତ ହୋଇଥାନ୍ତି, ଏହି ଗି ମେଳଣରେ ୩୩ଶହ କୋଟି ଦେବା ଦେବୀଙ୍କର ଆର୍ବୀ ଭାବ ହୋଇଥାଏ |ଆଜି ଏହି ଦୋଳପୂର୍ଣ୍ଣମୀ ଦିନ ଉତ୍ତାରଣ ରେ ଦୋଳ ମେଳଣ ଶ୍ରୀ ଗୋବିନ୍ଦଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ୨୬ଟି ଜୀଉଙ୍କୁ ନେଇ ମେଳଣ ଅନୁଷ୍ଠିତ ହୋଇଥିଲା। ସକାଳର ନୀତିକାନ୍ତି ସହିତ ସଂକୀର୍ତ୍ତନରେ ମେଳଣ ପଡ଼ିଆ ଉଲ୍ଲାସ ମୁଖରୀତ ହୋଇ ଉଠିଥିଲା । ଦିନ ୨ଟା ସମୟରେମେଳଣ ଭାଙ୍ଗିଥିଲା। ସମସ୍ତ ଜୀଉମଣ୍ଡପରୁ ଉଠିବା ପରେ ଶ୍ରୀ ଗୋବିନ୍ଦଜୀଉ ମେଳନରୁ ବାହାରିଭୋଗ ଖାଇହୋଲିକା ଦହନପର୍ବକୁ ଯାଇ ସେଠାରେ ବାଉଁଶ ସାହାଯ୍ୟରେ କିଛି ନଡ଼ାକୁ ଥୋଇ ତା ଉପରେ ଅଗ୍ନି ସଂଯୋଗ କରାଯାଇଥିଲା ।ସେଠାରେ ୩ଥର ବୁଲିବା ପରେ ନିଜ ଆସନକୁ ଫେରିଥିଲେ। ଲୋକକଥା ଅନୁସାରେ ମେଣ୍ଢାକୁଡିଆ ପୋଡ଼ାଯିବା, ପୁରାଣ ବର୍ଣ୍ଣିତ ଅନୁସାରେ ହୋଲିକା ଦହନ, ହିରଣ୍ୟକଶ୍ୟୁପର ଭଉଣୀହୋଲିକା ଅଗ୍ନିରେ ନପୋଡିବା ପାଇଁବରଦାନ ପାଇଥିଲା । ଯେତବେଳେହିରଣ୍ୟକଶ୍ୟୁପରପୁତ୍ର ପ୍ରହଲ୍ଲାଦକୁ ଧରି ହୋଲିକା ଅଗ୍ନିରେ ପୋଡ଼ିବାକୁ ଯାଇଥିଲା । ନିଜ ଦେହରେ ଅଗ୍ନିଲାଗି ଭସ୍ମିଭୂତ ହୋଇଥିଲା l ଭଗବାନ ହୋଲିକାକୁ ଭସ୍ମ କରି ନିଜ ଭକ୍ତ ପ୍ରହଲ୍ଲାଦଙ୍କୁ ସେଥିରୁ ଉଦ୍ଧାର କରିଥିଲେ । ଏହି ମେଳଣରାଧା, କୃଷ୍ଣଙ୍କ ମେଳଣ ରୂପେ ପରିଚିତ।କଣ୍ଟାପଡ଼ାର ବିଭିନ୍ନ ପଞ୍ଚାୟତରେ ଦୋଳ ମେଳଣ ଦେଖିବାକୁ ମିଳିଥିଲା । କଣ୍ଟାପଡାରୁ ରିପୋର୍ଟ ପୁଷ୍ପଲତା ଦୀକ୍ଷିତ,ସମର୍ଥ ନିୟୁଜ, ଓଡିଶା

Related Articles

Back to top button