ସିଦ୍ଧ ଗିରି ଆଶ୍ରମ ଆନୁକୂଲ୍ୟରେ ଆଜି ରାଜ ଦୋଳ ମିଳନ ମହା ସମାରୋହ ରେ ଅନୁଷ୍ଠିତ


ଗୋବିନ୍ଦ ପୁର ସ୍ଥିତ ସିଦ୍ଧ ଗିରି ଆଶ୍ରମ ଆନୁକୂଲ୍ୟରେ ଆଜି ରାଜ ଦୋଳ ମିଳନ ମହା ସମାରୋହ ରେ ଅନୁଷ୍ଠିତu ହୋଇଯାଇଅଛି, ମହନ୍ତ ବାବାଜୀ ବିଶ୍ୱନାଥ ଦାଶ ମହାରାଜ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ପ୍ରାତଃ ରୁ ମହାପୁରୁଷ ହାଡିବନ୍ଧୁ ଦାଶ ଙ୍କ ପ୍ରତିମୂର୍ତ୍ତି ଓ ଗୁରୁ ନାରାୟଣ ଦାଶ ମହାରାଜ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ପୂଜାର୍ଚନା କରାଯାଇଥିଲା,ଅପ୍ରାକୃତ ପ୍ରେମ ମୟୀ ରାଧା ଓ ଲୀଳା ପୁରୁଷ ଶ୍ରୀ କୃଷ୍ଣ ଠାକୁର ଙ୍କୁ ଆରାଧନା କରାଯାଇ ଦୋଳ ଯାତ୍ରା ର ଶୁଭାରମ୍ଭ କରାଯାଇଥିଲା,32ଗୋଟି ବିମାନ ଏକ ବର୍ଣା ଢ୍ୟ ପରିବେଶ ମଧ୍ୟରେ ବିଶାଳ ଶୋଭା ଯାତ୍ରା କରି ମେଲଣ ପଡିଆ କୁ ପ୍ରବେଶ କରିଥିଲେ,ଅନ ପୂର୍ଣ୍ଣା ରାହାସ ମଣ୍ଡଳ କଟକ ଚାଉଳିଆ ଗଞ୍ଜ ର ଚକ୍ର ଧର ମହାରଣା ସଂଯୁକ୍ତା ପରିଡା ଓ ସାଥି ମାନେ ମନ ମୁଗ୍ଧ କର ରାହାସ ପରିବେଷଣ କରିଥିଲେ, ପ୍ରତେକ ବିମାନ ଗୁଡିକ ଗାଦିରେ ବସିଲା ପରେ ମାର୍ଜନା କରାଯାଇଥିଲା,ଚାମର ସେବା ଆଳତି ପୁଷ୍ପ ମାଲ୍ୟ ଅର୍ପଣ ଅଭିର ସେବା ପରେ ଭୋଗ ନିବେଦନ କରାଯାଇଥିଲା, ଦୋଳ ଯାତ୍ରା କମିଟି ସମ୍ପାଦକ ପ୍ରଭାତ ସାହୁ ଦିଲୀପ ରାଉତ ସୂର୍ଯ୍ୟ କାନ୍ତ ନାୟକ ବାପୁ ପ୍ରିୟ ରାମ ଲଲାଟେନ୍ଦୁ ଦାଶ ଦିନେଶ ରଥ ପ୍ରଶାନ୍ତ ସାହୁ ପ୍ରଫେସର ଉମେଶ ଚିନାର ପ୍ରଦୀପ୍ତ କୁମାର ଜେନା ସରପଞ୍ଚ ସୁଜାତା ହାତୀ ରଶ୍ମି ରଞ୍ଜନ ରାଉତ ସମିତିସଭ୍ୟ ନିଧି ଶ୍ୟାମ ଦାଶ ଭାରତୀ ହାତୀ ଙ୍କ ସମେତ କମିଟି ର ସମସ୍ତ ସଭ୍ୟ ମଠ ର ଭକ୍ତ ବୃନ୍ଦ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ, ପୂଜକ ରାଜେଶ କୁମାର ପଣ୍ଡା ଓ ସାଥି ମାନେ ଶ୍ରୀ ଜୀଉ ଙ୍କୁ ପୂଜାର୍ଚନା କରିଥିଲେ,ସ୍ଥାନୀୟ ପୋଲିସ ବାହିନୀ ସ ଦଳ ବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ, ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ, ସମସ୍ତ ଭକ୍ତ ମାନଙ୍କ ପାଇଁ ଆଶ୍ରମ ପକ୍ଷରୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,




