Politics

ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ଏବଂ ଅଭିଯୋଗକାରୀ ଠାରୁ ଚାନ୍ଦା ନେଇଥିବା ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ଆଜି ଢେଙ୍କାନାଳ ଜିଲ୍ଲା ଆମ୍ ଆଦମୀ କାଯ୍ୟାଳୟ ଠାରେ ଢେଙ୍କାନାଳ ଜିଲ୍ଲା ର ସମସ୍ତ ଆମ୍ ଆଦମୀ ପାର୍ଟିର କର୍ମୀମାନେ ଏକତ୍ରିତ ହୋଇଥିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ।ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ବିଜେପି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜ୍ରିୱାଲଙ୍କୁ ଜେଲ୍ ପଠାଇଥିବା ଏହି ତଥ୍ୟରୁ ପ୍ରମାଣିତ ହେଉଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ପି ସରଥ ଚନ୍ଦ୍ର ରେଡି ନାମକ ଜଣେ ମଦ ବ୍ୟବସାୟୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି । କେବଳ ଏହି ବକ୍ତବ୍ୟ ଆଧାରରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ।

ମାତ୍ର ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ସାର୍ବଜନୀନ ହୋଇଥିବା ଇଲୋକ୍ଲୋରାଲ ଦଣ୍ଡ ତଥ୍ୟରୁ ଅତି ସାଂଘାତିକ ତଥ୍ୟ ଜଣାପଡିଛି । ପି ସରଥ ଚନ୍ଦ୍ର ରେଡି କେବଳ ଜଣେ ମଦ ବ୍ୟବସାୟୀ ନୁହଁନ୍ତି । ସେ ଅରବିନ୍ଦୋ ଫାର୍ମା ନାମକ ଏକ ବଡ଼ ଔଷଧ କମ୍ପାନୀର ମାଲିକ ଅଟନ୍ତି । ତାଙ୍କର ଏଇ ଜମ୍ପାନୀର ଅନ୍ୟ ଦୁଇଟି ସବସିହାରି କମ୍ପାନୀ ମଧ୍ୟ ରହିଛି । ତାଙ୍କୁ ଜେରା କଲାବେଳେ ସେ ଅରବିନ୍ଦ କେଜ୍ରିୱାଲଙ୍କ ସହ କୌଣସି ସାକ୍ଷାତ ହୋଇ ନାହିଁ ଓ ସମ୍ପର୍କ ମଧ୍ୟ ନାହିଁ ବୋଲି ୯. ୧୧. ୨୦୨୨ରେ କହିଥିଲା । ସରଥ ଚନ୍ଦ୍ର ରେଡିଙ୍କୁ ଇଡି ମଦ ଘୋଟଲାର ମୁଖ୍ୟ ଆସାମୀ କ‌ହି ୧୦.୧୧.୨୦୨୨ ତାରିଖରେ ଗିରଫ କରିଥିଲା । ୧୫ ନଭେମ୍ବର ୨୦୨୨ରେ ସରଥ ରେଡିଙ୍କ କମ୍ପାନୀ ବିଜେପିକୁ ୫ କୋଟି ଟଙ୍କା ଚାନ୍ଦା ଦେଇଥିଲା ।

 

ତା ୬/୧/୨୦୨୩ରେ ଇଡି ସରଥ ରେଡି ବିରୋଧରେ ଚାର୍କସିଟ୍ ଦାଖଲ କରିଥିଲା । ତା ୨୦/୧/୨୦୨୩ ରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିବା ପାଇଁ କରି ବାଧ୍ଯ କରାଇଥିଲା । ଜେଲରେ ଦୀର୍ଘ ୬ ମାସ ଲତିର ପ୍ରଚାରଣା ସହିବା ପରେ ଶେଷରେ ଏପ୍ରିଲ ୨୦୨୩ ରେ ସରଥ ରେଡି କହୁଛି ଅରବିନ୍ଦ ବେଳିୱାଲଙ୍କୁ ୧୦୦ କୋଟି ଟଙ୍କା ଦେଉଛି । ତା ୮ ମଇ ୨୦୨୩ ରେ ଅଣ୍ଟା ବ୍ୟଥା ହେଉଛି କହି ସରଥ ରେଡି ହାଇ କୋର୍ଟରେ ଜାମିନ ପାଇଁ ଆବେଦନ କରୁଛି ଏବଂ ଇତି ବିରୋଧ ନକରି ଜାମିନ ପାଇଁ ସ୍ବୀକୃତି ଦେଉଛି । ଏହାପରେ ଘଟିଛି ଏକ ଟମକାର ଘଟଣା ତା ୨ ଜୁନ ୨୦୨୩ ରେ ମୁଖ୍ୟ ଅଭିଯୁକ୍ତ ସରଥ ରେଡି ରାଜସାକ୍ଷୀ ହେବା ପାଇଁ ରାଜି ହେବା ପରେ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ଗୁଡିକ ବନ୍ଦ ହୋଇଗଲା ।

ବର୍ତ୍ତମାନ ଇଲୋକ୍ଟ୍ରୋରାଲ ବଣ୍ଡ ତଥ୍ୟରୁ ଜଣାପଡ଼ିଛି ଯେ ପି ସରଥ ରେଡିକୁ ଇଡି ମାଧ୍ୟମରେ ଭୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯ କୋଟି ୫୦ ଲକ୍ଷ ଟଙ୍କା ଚାନ୍ଦା ନେଉଛି । ଜେଲରେ ଥିବା ବେଳେ ଏହି ଚାନ୍ଦା ସେ ଦେଇଛନ୍ତି । ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରାୟ ପଚାଶ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏଥୁରୁ ଜଣାପଡ଼ୁଛି ବିଜେପି ଚାପ ପକାଇ ଡରାଇ ଧମକାଇ ଇଡି ମାଧ୍ୟମରେ କେବଳ ଚାନ୍ଦା ଆଦାୟ କରି ନାହିଁ, ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମିଥ୍ୟା ସାକ୍ଷ୍ୟ ମଧ୍ୟ ଆଦାୟ କରିଛି ଏବଂ ତାଙ୍କୁ ଏକ ମିଥ୍ୟା ଅଭିଯୋଗରେ ଗିରଫ କରିବାର ଚକ୍ରାନ୍ତରେ ଇଡି ସଫଳ ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଜେଲରେ ଥିବା ସରଥ ରେଡିଙ୍କ ବିଭିନ୍ନ କମ୍ପାନୀରୁ ବିଜେପି ଏତେ ଟଙ୍କା ନେଲା କାହିଁକି ?

ତେଣୁ ବିଜେପି ବିରୁଦ୍ଧରେ ଆମ୍ ଆଦମୀ ପାର୍ଟିର ଢେଙ୍କାନାଳ ଜିଲ୍ଲା ସଭାପତି ପଙ୍କଜ କୁମାର ନାୟକ, ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା , ଜିତେନ୍ଦ୍ର ବେହେରା, ରିଚିତା ନାୟକ ଓ ଅନ୍ୟାନ୍ୟ କର୍ମୀମାନେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରୁଛି ।

Related Articles

Back to top button